ଦଳିଦେଲା କ୍ୟାଣ୍ଟନର, ଘଟଣାସ୍ଥଳରେ ବାପା ମାଆ ଓ ଝିଅ ୩ ଜଣଙ୍କ ମୃତ୍ୟୁ
କେନ୍ଦୁଝର, 6 ଅଗଷ୍ଟ (ହି.ସ.) ଆଜି ସକାଳ ସାଢେ ୬ଟା ବେଳେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ୪୯ ନଂ ଜାତୀୟ ରାଜପଥରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ଏକ କାଣ୍ଟେନର ମାଡି ଯିବାରୁ ଘଟଣା ସ୍ଥଳରେ ଗୋଟିଏ ପରିବାରର ବାପା ମାଆ ଓ ଝିଅଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।ମିଳିଥିବା ସୂଚନା ଅନୁଯାୟୀ ଦେବଗଡ଼ ଜିଲ୍ଲା ବ
ଦଳିଦେଲା କ୍ୟାଣ୍ଟନର, ଘଟଣାସ୍ଥଳରେ ବାପା ମାଆ ଓ ଝିଅ ୩ ଜଣଙ୍କ ମୃତ୍ୟୁ


କେନ୍ଦୁଝର, 6 ଅଗଷ୍ଟ (ହି.ସ.)

ଆଜି ସକାଳ ସାଢେ ୬ଟା ବେଳେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ୪୯ ନଂ ଜାତୀୟ ରାଜପଥରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ଏକ କାଣ୍ଟେନର ମାଡି ଯିବାରୁ ଘଟଣା ସ୍ଥଳରେ ଗୋଟିଏ ପରିବାରର ବାପା ମାଆ ଓ ଝିଅଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।ମିଳିଥିବା ସୂଚନା ଅନୁଯାୟୀ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବାହାଡାପଶି ଗ୍ରାମର ଟଙ୍କଧର ପାତ୍ର ତାଙ୍କ ସ୍ତ୍ରୀ ଓ ଝିଅକୁ ନେଇ ଏକ ବାଇକ୍ ଯୋଗେ ଯାଉଥିବା ବେଳେ ପଛପଟୁ ଦ୍ରୁତଗତିରେ ଯାଉଥିବା ଏକ ଗାଡି ଧକ୍କା ଦେଇଥିଲା।ଫଳରେ ସମସ୍ତ ବାଇକ୍ ଆରୋହୀ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଏବଂ ତାଙ୍କ ଉପରେ ଗାଡିଟି ଚଢି ଯାଇ ଦଳି ଦେଇଥିଲା।ଝିଅକୁ ବାଇକ ଯୋଗେ କୌଣସି ଏକ ଶିକ୍ଷା ଅନୁଷ୍ଠାନରେ ଛାଡିବା ପାଇଁ ଯିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି।ସ୍ଥାନୀୟ ଲୋକେ ୪୯ ନଂ ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ ଖବର ପାଇ ତେଲକୋଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଅନ୍ୟ ପକ୍ଷରେ ଜନସନପୁର ଟୋଲ ଗେଟ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରାଯାଇଥିବା ସୂଚନା ମିଳିଛି।ଏ‌

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande