କେନ୍ଦୁଝର, ୬ ଅଗଷ୍ଟ (ହି.ସ.) - କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ପୂର୍ବତନ ଆନନ୍ଦପୁର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଅଭୟ କୁମାର ଦଳେଇଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଛି। ଏଥିରେ ଅତିଥି ଭାବେ ନୂତନ ଡିଏଫଓ ପ୍ରଶାନ୍ତ କୁମାର ପଣ୍ଡା,ଏସିଏଫ ଅଶୋକ ବିଶ୍ୱାଳ,ଏସିଏଫ ପବିର ମୁର୍ମୁ, ଏସିଏଫ ଉମାକାନ୍ତ ଦାଶ, ଅନ୍ୟମାନଙ୍କ ମଧ୍ୟରେ ରେଞ୍ଜର ହଦଗଡ଼ ମାର୍ଶାଲ କିସ୍କୁ ,ଆନନ୍ଦପୁର ଭାରପ୍ରାପ୍ତ ରେଞ୍ଜର ନବକିଶୋର ନାୟକ, ବ୍ରାହ୍ମଣୀପାଳ ଭାରପ୍ରାପ୍ତ ରେଞ୍ଜର ବ୍ରହ୍ମାନନ୍ଦ ବେହେରା ଓ ବନ କର୍ମଚାରୀ ମାନା ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA