ଜୟପୁରr, 6 ଅଗଷ୍ଟ (ହି.ସ.) ଜୟପୁର ସହରରେ ଥିବା ସପିଂ ମଲ ଉପରେ ପୌର ପାଳିକା ଆଜି ଚଢାଉ କରିଛି । ଜୟପୁର ଉପ ଜିଲାପାଳ ତଥା ପୌର ନିବାହୀ ଅଧିକାରି ଆକା ବରମ ଶଶ୍ୟା ରେଡ୍ଡିଙ୍କ ନିଦ୍ଦେଷ କ୍ରମେ ଅତିରିକ୍ତ ପୌର କାଯ୍ୟ ନିବାହୀ ଅଧିକାରି ପୁଜା ରାଉତ ଚଢାଉ କରିଥିଲେ । ଚଢାଉରେ ଅମିନ ଶୁଭସ୍ମିତା ଜେନା, ଅଭିନାଶ ସାନ୍ତ୍ରାପାତ୍ର, ସତ୍ୟ ନାରାୟଣ ପାତ୍ର, ଟେକ୍ସ କଲେକ୍ଟର ପ୍ରମୁଖ ଉପସ୍ଥିୁତ ଥିଲେ । ଜୟପୁର ମୁଖ୍ୟ ରାସ୍ତାରେ ଥିବା କୋଲକତା ବଜାର, ଷ୍ଟାଇଲ ବଜାର, ଫ୍ୟାସନ ସିଟି ପାରାବେଢା ସ୍ଥିତ ଭି -ଟୁ, ପାତ୍ର ଇଲୋଟ୍ରୋନିକସ ଉପରେ ଚଢାଉ କରିଛି । ଯେଉଁ ସ୍ଥାନରେ ସପିଂ ମଲ ହୋଇଛି ସେହି ମାଲିକ ମାନେ ମଲ୍ ନିର୍ମାଣ ସମୟରେ ଜୟପୁର ପୌର ପାଳିକାର ଅନୁମତି ନେଇଛନ୍ତି କି ନାହିଁ । ଯଦି ନେଇଛନ୍ତି କେତେ ମହଲା ପାଇ ନିଆଯାଇଛି ଓ କେତେ ମହଲାରେ ନିର୍ମାଣ କରାଯାଇଛି । କେତେ କ୍ଷେତ୍ରଫଳ ବିଶିଷ୍ଟ ସ୍ଥାନରେ ନିର୍ମାଣ କରାଯାଇଛି ସେ ନେଇ ମାପ ଜୁପ କରାଯାଇଛି । ପାର୍କି ଅଛି କି ନାହିଁ ଆଦି ଯାଞ୍ଚ ମଧ୍ୟ କରାଯାଇଛି । ଏନେଇ ଘର ମାଲିକଙ୍କୁ କାଗଜ ପତ୍ର ଧରି ପୌର ପାଳିକାରେ ହାଜର ହେବାକୁ କୁହାଯାଇଛି । ଯାଞ୍ଚ ସମୟରେ ତ୍ରୁଟି ପରିଲିକ୍ଷିତ ହେଲେ ପୌର ପାଳିକା ନିୟମ ଅନୁଯାଇ କାଯ୍ୟନୁଷ୍ଠାନ ନିଆ ଯିବ ବୋଲି ପୌର ପାଳିକା ତରଫରୁ ସୁଚନା ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି