କଳପଡା ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଦବଙ୍ଗଗିରି
କେନ୍ଦ୍ରାପଡ଼ା, ୦୬ ଅଗଷ୍ଟ(ହି.ସ.) – କେନ୍ଦ୍ରପଡା ବ୍ଲକ ଅନ୍ତର୍ଗତ କଳପଡା ସରକାରୀ ଉଚ୍ଚ ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ୱ ନେବା ଦିନଠାରୁ ବ୍ୟାପକ ଅନିୟମିତତା କରିଆସୁଅଛନ୍ତି । ଯାହାଙ୍କ ବିରୁଦ୍ଧରେ ଏସ୍‌ଏମ୍‌ସି ଓ ଛାତ୍ର ଅଭିଭାବକ ଜିଲ୍ଲା ଶିକ୍ଷାଧୀକାରୀଙ୍କୁ ଅଭିଯୋଗ ଦେଇଥିବା
କଳପଡା ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଦବଙ୍ଗଗିରି


କେନ୍ଦ୍ରାପଡ଼ା, ୦୬ ଅଗଷ୍ଟ(ହି.ସ.) – କେନ୍ଦ୍ରପଡା ବ୍ଲକ ଅନ୍ତର୍ଗତ କଳପଡା ସରକାରୀ ଉଚ୍ଚ ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ୱ ନେବା ଦିନଠାରୁ ବ୍ୟାପକ ଅନିୟମିତତା କରିଆସୁଅଛନ୍ତି । ଯାହାଙ୍କ ବିରୁଦ୍ଧରେ ଏସ୍‌ଏମ୍‌ସି ଓ ଛାତ୍ର ଅଭିଭାବକ ଜିଲ୍ଲା ଶିକ୍ଷାଧୀକାରୀଙ୍କୁ ଅଭିଯୋଗ ଦେଇଥିବା ବେଳେ ସେ ସମସ୍ତ ନୀତି ନିୟମକୁ ଉଲଘଂନ କରିଛନ୍ତି । ଜନୈକ ଛାତ୍ରୀଙ୍କୁ ମାଟ୍ରିକ୍ ସାର୍ଟିଫିକେଟ୍ ଦେବାପାଇଁ ଜବରଦସ୍ତ ଦୁଇ ହଜାର ଟଙ୍କା ମାଗିଥିଲେ ଓ ସମସ୍ତ ପିଲାଙ୍କ ଭିତରେ ତାଙ୍କୁ ଅପମାନିତ କରି ଧାଡିରୁ ବାହାର କରିଦେଇ ପଇସା ଆଣିଲେ ସାର୍ଟିଫିକେଟ୍ ନେବୁବୋଲି କହିଥିଲେ । ଛାତ୍ରୀ ଜଣକ କାନ୍ଦି କାନ୍ଦି ଘରକୁ ଯାଇ ମା’ଙ୍କୁ ଜଣାଇଥିଲେ । ତାଙ୍କ ମା’ ଫୋନ୍ ଯୋଗେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅନୁରୋଧ କରିବାରୁ ୧୫୦୦ ଟଙ୍କା ଦେଲେ ସାର୍ଟିଫିକେଟ୍ ଦେବି ବୋଲି କହିଥିଲେ । ତାଙ୍କ ମା’ ଫୋନ୍ ପେ ମାଧ୍ୟମରେ ୧୫୦୦ ଟଙ୍କା କଲ୍ୟାଣୀ ମାଡାମ୍‌ଙ୍କୁ ଦେଇ ସାର୍ଟିଫିକେଟ୍ ନେଇଥିଲେ । ଏହି ସମ୍ପକରେ ତାଙ୍କ ମା’ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଅଭିଯୋଗ ପାଇଁ ଜିଲ୍ଲା ଶିକ୍ଷାଧିକାରିଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ତଦନ୍ତକରି ୨୦୨୫ମସିହା ଜୁଲାଇ ୩୦ତାରିଖରେ ପତ୍ର ସଂଖ୍ୟା ୬୮୭୯/୩ରେ ପ୍ରଧାନ ଶିକ୍ଷୟତ୍ରୀ ସେହି ବିଦ୍ୟାଳୟର ସହକାରୀ ଶିକ୍ଷକ ଗୋପିନାଥ ପାତ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ନିଦ୍ଦେର୍ଶ ଦେଇଥିଲେ । କିନ୍ତୁ ସେ ଏହି ନିର୍ଦ୍ଦେଶକୁ ମାନୁନାହାନ୍ତି । ଏହା ଉପରେ ଜିଲ୍ଲା ଶିକ୍ଷାଧିକାରୀ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି । ଏହି ସମ୍ପର୍କରେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପଚାରିବାରୁ ସମସ୍ତ ଅଭିଯୋଗ ଭିତିହୀନ ବୋଲି କହିଥିଲେ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande