ନୂଆଦିଲ୍ଲୀ, ୦୬ ଅଗଷ୍ଟ(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ କର୍ତବ୍ୟ ଭବନକୁ ରାଷ୍ଟ୍ରକୁ ସମର୍ପିତ କରି ଏହାକୁ ଜନସେବା ପ୍ରତି ସରକାରଙ୍କ ଅତୁଟ ସଂକଳ୍ପ ଏବଂ ନିରନ୍ତର ପ୍ରୟାସର ପ୍ରତୀକ କହିଛନ୍ତି। ସେ କହିଛନ୍ତି ଯେ କର୍ତବ୍ୟ ଭବନ ନା କେବଳ ନୀତି ଏବଂ ଯୋଜନାର ଖୁବ୍ଶୀଘ୍ର କ୍ରିୟାନ୍ୱୟନରେ ସାହାଯ୍ୟ କରିବ, ପରନ୍ତୁ ରାଷ୍ଟ୍ରର ବିକାଶକୁ ମଧ୍ୟ ନୂଆ ଦିଶା ପ୍ରଦାନ କରିବ।
ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀ ସ୍ଥିତ କର୍ତବ୍ୟ ପଥରେ ନବନିର୍ମିତ କର୍ତବ୍ୟ ଭବନ - ୩ର ଉଦ୍ଘାଟନ କରିବା ପରେ କାର୍ଯ୍ୟକ୍ରମର ଛବି ଏକ୍ସରେ ସ୍ପଷ୍ଟ କରି କେତେକ ପୋଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ପୋଷ୍ଟରେ କହିଛନ୍ତି ଯେ କର୍ତବ୍ୟ ପଥରେ କର୍ତବ୍ୟ ଭବନ ଜନସାଧାରଣଙ୍କ ସେବା ପ୍ରତି ଆମର ଅତୁଟ ସଂକଳ୍ପ ଏବଂ ନିରନ୍ତର ପ୍ରୟାସର ପ୍ରତୀକ ଅଟେ। ଏହା ନା କେବଳ ଆମ ନୀତି ଏବଂ ଯୋଜନାକୁ ଲୋକଙ୍କ ପର୍ଯ୍ୟନ୍ତ ଶୀଘ୍ର ପହଂଚାଇବାରେ ସାହାଯ୍ୟକାରୀ ହେବ, ତେବେ ଏଥିରେ ଦେଶର ବିକଶକୁ ମଧ୍ୟ ଏକ ନୂଆ ଦିଗ ମିଳିବ। ଅତ୍ୟାଧୁନିକ ଇମ୍ଫ୍ରାଷ୍ଟକର ମିସାଲ ହୋଇ ଏହି ଭବନକୁ ରାଷ୍ଟ୍ରକୁ ସମର୍ପିତ କରି ବହୁତ ଗୌରବାନ୍ୱିତ ଅନୁଭବ କରୁଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି