ମୋବାଇଲ୍‌ରେ କଥା ହେଉଥିବା ୭ ବାଇକ୍ ଚାଳକଙ୍କ ଉପରେ ଫାଇନ୍
ଭଦ୍ରକ, ୬ ଅଗଷ୍ଟ (ହି.ସ.) - ମୋଟର ବାଇକ୍ ଚାଳକଙ୍କ ଉପରେ ପୁଣି ପୁଲିସ୍‌ର ଛାଟ । ମୋଡିଫାଏଡ୍ ସାଇଲେନ୍ସର ବ୍ୟବହାର ପରେ ଏସ୍‌ପିଙ୍କ ନିର୍ଦ୍ଦେଶ ପରେ ଦୁଇଚକିଆ ଯାନ ଚଳାଇବା ସମୟରେ ମୋବାଇଲ୍ ଫୋନ୍‌ରେ କଥାବାର୍ତା ହେଉଥିବା ଚାଳକଙ୍କ ଉପରେ ଆଜି ଟାଉନ୍ ଥାନା ପୁଲିସ୍‌ର ଧରପଗଡ ଆରମ୍ଭ ହୋଇଛି । ଏହି ଧରପଗଡ
MOBILE RE KATHABARTHA BIKE CHALAKA NKU FINE


ଭଦ୍ରକ, ୬ ଅଗଷ୍ଟ (ହି.ସ.) - ମୋଟର ବାଇକ୍ ଚାଳକଙ୍କ ଉପରେ ପୁଣି ପୁଲିସ୍‌ର ଛାଟ । ମୋଡିଫାଏଡ୍ ସାଇଲେନ୍ସର ବ୍ୟବହାର ପରେ ଏସ୍‌ପିଙ୍କ ନିର୍ଦ୍ଦେଶ ପରେ ଦୁଇଚକିଆ ଯାନ ଚଳାଇବା ସମୟରେ ମୋବାଇଲ୍ ଫୋନ୍‌ରେ କଥାବାର୍ତା ହେଉଥିବା ଚାଳକଙ୍କ ଉପରେ ଆଜି ଟାଉନ୍ ଥାନା ପୁଲିସ୍‌ର ଧରପଗଡ ଆରମ୍ଭ ହୋଇଛି । ଏହି ଧରପଗଡ ସମୟରେ ସହରାଂଚଳର ବିଭିନ୍ନ ସ୍ଥାନରେ ୭ ଜଣ ମୋଟର ଚାଳକଙ୍କୁ ଅଟକ ରଖି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଟାଉନ୍ ଥାନା ଆଇଆଇସି ପ୍ରଭାଂଶଉ ମିଶ୍ରଙ୍କ କହିବାନୁସାରେ ଏହି ୭ ଜଣ ବାଇକ୍ ଚଲାଉଥିବା ସମୟରେ କାନରେ ଫୋନ୍‌ରେ କଥାବାର୍ତା ହେଉଥିବା ସମୟରେ ତାଙ୍କ ବାଇକ୍‌କୁ ଜବତ କରାଯାଇଛି । ଏମାନଙ୍କୁ ଅଟକ ରଖାଯାଇ ସେମାନଙ୍କ ଉପରେ ୫ ଶହ ଟଙ୍କା ଲେଖାଏଁ ଜରିମାନା ଓ ଲାଇସେନ୍ସ ରଦ୍ଦ ପାଇଁ ସୁପାରିଶ କରାଯାଇଛି । ଏହି ଚଢାଉ ଆଗକୁ ଜାରି ରହିବ ବୋଲି ଆଇଆଇସି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande