ମାଝୀ-ପାର୍ଗାନା ବ୍ୟବସ୍ଥା ସମ୍ବିଧାନ ଉଲ୍ଲଂଘନ କରୁଛି ସାମ୍ବିଧାନିକ ସୁଧାର ପାଇଁ ଆଦିବାସୀ ସେଙ୍ଗେଲ ଅଭିଯାନର ଦାବି
ବାରିପଦା, ୦୬ ଅଗଷ୍ଟ(ହି.ସ.) – ପୁର୍ବତନ ସାଂସଦ ସାଲଖାନ ମୁର୍ମୁଙ୍କ ମାର୍ଗଦର୍ଶନରେ ଆଦିବାସୀ ସେଙ୍ଗେଲ ଅଭିଯାନ ସହ ଅଲ ଇଣ୍ଡିଆ ମାଝୀ-ପାର୍ଗାନା ମାଡୱା ଓଡ଼ିଶା ପ୍ରଦେଶ କମିଟି ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଆଦିବାସୀ ସମାଜରେ ପ୍ରଚଳିତ ସ୍ୱ-ଶାସନ ବ୍ୟବସ୍ଥା ଅ
Adibasi sengle Abhiyan


ବାରିପଦା, ୦୬ ଅଗଷ୍ଟ(ହି.ସ.) – ପୁର୍ବତନ ସାଂସଦ ସାଲଖାନ ମୁର୍ମୁଙ୍କ ମାର୍ଗଦର୍ଶନରେ ଆଦିବାସୀ ସେଙ୍ଗେଲ ଅଭିଯାନ ସହ ଅଲ ଇଣ୍ଡିଆ ମାଝୀ-ପାର୍ଗାନା ମାଡୱା ଓଡ଼ିଶା ପ୍ରଦେଶ କମିଟି ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଆଦିବାସୀ ସମାଜରେ ପ୍ରଚଳିତ ସ୍ୱ-ଶାସନ ବ୍ୟବସ୍ଥା ଅନ୍ଧବିଶ୍ୱାସର ବଶବର୍ତୀ ହୋଇ କିଛି ମୁଷ୍ଟିମେୟ ଲୋକଙ୍କର ଗୁଣ୍ଡାଗିରି ତଥା ଏକଛତ୍ରବାଦୀ ରୂପ ନେଇଛି। ମାଝୀ-ପାର୍ଗାନା ବ୍ୟବସ୍ଥା ବଂଶବାଦୀ ଅଟେ ଏବଂ ମାଝୀ-ପାର୍ଗାନା ବ୍ୟବସ୍ଥାର ଅଧିକାଂଶ ଗ୍ରାମ ମୁଖ୍ୟମାନେ ନିରକ୍ଷର, ମଦ୍ୟପ ଏବଂ ଅନ୍ଧ ବିଶ୍ୱାସର ବଶବର୍ତୀ ହୋଇ ରହିଛନ୍ତି। ସାମାଜିକ ବହିଷ୍କାରର ଧମକ ଯୋଗୁଁ ଅଧିକାଂଶ ନିରୀହ ଲୋକ କିଛି ମୁଷ୍ଟିମେୟ ଲୋକଙ୍କର ଗୁଲାମ ଭାବେ ଜୀବନଯାପନ କରିବାକୁ ବାଧ୍ୟ ହେଉଛନ୍ତି। ଏହି ବ୍ୟବସ୍ଥାର ବାହକମାନେ ହିଁ ଅନ୍ଧବିଶ୍ୱାସ, ମଦ୍ୟପାନ, ଜରିମାନା, ସାମାଜିକ ବହିଷ୍କାର, ଡାହାଣୀ ହତ୍ୟା, ପ୍ରତାରଣା, ଭୋଟ କିଣାବିକା, ମହିଳା ବିରୋଧି ମାନସିକତା, ଈର୍ଷା, ଘୃଣା ଇତ୍ୟାଦିକୁ ଦୂର କରିବା ପରିବର୍ତେ, ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଅଭିଯୋଗ କରାଯାଇଛି। ତେଣୁ ସମସ୍ତଙ୍କ ବିକାଶ ଏବଂ ସମାନତା ପାଇଁ, ମାଝୀ-ପାର୍ଗାନା ବ୍ୟବସ୍ଥାକୁ ଅବିଳମ୍ବେ ଗଣତାନ୍ତ୍ରିକୀକରଣ କରାଯିବା ଦାବିରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ପ୍ରଦେଶ ସେଙ୍ଗେଲ ପାର୍ଗାନା ନାରାନ ମୁର୍ମୁ ସହ ବିକାଶ ଚନ୍ଦ୍ର ହେମ୍ବ୍ରମ, ଉଦୟନାଥ ହେମ୍ବ୍ରମ, ଶିବୁ ହେମ୍ବ୍ରମ, ମାଝୀଆ ହାଁସଦାଃ, ବୁଧିରାମ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande