ମୁଖୀଗୁଡା,୬ ଅଗଷ୍ଟ(ହି.ସ) - ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଇନ୍ଦ୍ରାବତୀ ଡିଗ୍ରୀ କଲେଜ ଛାତ୍ରଛାତ୍ରୀ ଓ ବ୍ଳକ ବିଜେଡି କର୍ମୀମାନେ ନାରୀ ନିର୍ଯ୍ୟାତନା ପ୍ରତିବାଦରେ ନାରୀ ନ୍ୟାୟ, ନାରୀ ସୁରକ୍ଷା ଦାବି ନେଇ ପୋଲିସ ଡିଜିଙ୍କୁ ଜୟପାଟଣା ଥାନା ଅଧିକାରୀଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନକରିଛନ୍ତି। ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ସୌମ୍ୟଶ୍ରୀ ମୃତ୍ୟୁ, ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ,ମାଲକାନଗିରି ଗଣଦୁଷ୍କର୍ମ, ନବରଙ୍ଗପୁର ନର୍ସିଂ ଛାତ୍ରୀ ଯୌନ ନିର୍ଯ୍ୟାତନା, ତେନ୍ତୁଳିଖୁଂଟି ଦୁଷ୍କର୍ମ ଓ ହତ୍ୟା, କୋରାପୁଟ ଦିବାସୀ ଛାତ୍ରୀ ଦୁଷ୍କର୍ମ ଭଳି ଅନେକ ମାମଲା ତଥା ବୃଦ୍ଧି ପାଉଥିବା ଦୁଷ୍କର୍ମ ଓ ହତ୍ୟା ଭଳି ଅନେକ ଘଟଣାକୁ ନେଇ ଓ ରାଜ୍ୟରେ ଯୌନ ନିର୍ଯ୍ୟାତନା,ହିଂସା ଓ ଅପରାଧ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ନାରୀ ସୁରକ୍ଷା ଉପରେ ସରକାର ଫେଲ ମାରିଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।ଏହାର ପ୍ରତିବାଦ ସ୍ୱରୂପ ହନୁମାନ ମନ୍ଦିର ପାଖରୁ ଏକ ରାଲି ବାହାରି ଥାନାରେ ପହଁଚି ଡିଜିଙ୍କ ଉଦେଶ୍ୟରେ ଜୟପାଟଣା ଆଇଆଇସିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।ଏହି ରାଳିରେ ବହୁ କଲେଜ ଛାତ୍ର ଛାତ୍ରୀ, ବିଜେଡି କର୍ମୀ ଯୋଗ ଦେଇଥିଲେ ଥିଲେ।
ହିନ୍ଦୁସ୍ଥାନ ସମାଚାର / ନିହାର