କେନ୍ଦୁଝର, ୬ ଅଗଷ୍ଟ (ହି.ସ.) - ଆନନ୍ଦପୁର ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ । ସୂଚନା ଅନୁଯାୟୀ ସରକାରଙ୍କ ନିର୍ଦ୍ଦେଶନାମାନୁସାରେ ସମସ୍ତ ବିଦ୍ୟାଳୟରେ ୟୁଏଏସ କାର୍ଯ୍ୟକାରୀ କରାଯିବା ପାଇଁ ସ୍ଥିର କରାଯାଇଥିଲା । ମାତ୍ର ଦୁଃଖ ଓ ପରିତାପର ବିଷୟ ଏହିକିଯେ, ୟୁଏଏସ କାର୍ଯ୍ୟକାରୀ ପାଇଁ ବିଦ୍ୟାଳୟ ସ୍ତରରେ ଆବଶ୍ୟକ ଭିତିଭୂମି ଯଥା - କମ୍ପ୍ୟୁଟର, କମ୍ପ୍ୟୁଟର ଶିକ୍ଷକ, ଆବଶ୍ୟକ ମୋବାଇଲ, ଇଂଟରନେଟ୍ ପ୍ୟାକ୍ ଇତ୍ୟାଦି ନଥୁବାରୁ ସମସ୍ତ ଶିକ୍ଷକବୃନ୍ଦଙ୍କ ପାଇଁ ଏହା ଏକ ଚିନ୍ତାର କାରଣ ପାଲଟିଛି ବୋଲି । ଏଣୁ ସମସ୍ତ ଶିକ୍ଷକଙ୍କ ସାର୍ଥ ଦୃଷ୍ଟି କୋଣରୁ ସଂଘ ତରଫରୁ ୟୁଏଏସକୁ ବିରୋଧ କରାଯାଇ ଏହାର ପୁନଃ ବଚାର କରିବା ପାଇଁ ସରକାରଙ୍କ ଠାରେ ଅନୁରୋଧ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA