ବୃଦ୍ଧ କୁ ହତ୍ୟା ହୋଇଥିବା ନେଇ ଅଭିଯୋଗ
ଜୟପୁର, 6 ଅଗଷ୍ଟ (ହି.ସ.) ଜୟପୁର ସଦର ଥାନା ଅନ୍ତର୍ଗତ ଗଦପଦର ଗ୍ରାମର ଜଣେ ବୃ୍‌ଦ୍ଧକୁ ହତ୍ୟା ହୋଇଥିବା ନେଇ ଅଭିଯୋଗ ହୋଇଛି । ଗଡପଦର ଗ୍ରାମ ହରିଜନ ସାହିର ଶିବା ହରିଜନ ଲିଖିତ ଅଭିଯୋଗ କରିଥିଲେ । ବାପା ଘାସିଆ ହରିଜନ ଦୁବୁଲି ବ୍ରିଜ ନିକଟରେ ମୃତ ଅବସ୍ଥାରେ ପଡିଥିଲେ । ପୁଅ ଦେଖିବା ପରେ
ବୃଦ୍ଧ କୁ ହତ୍ୟା ହୋଇଥିବା ନେଇ  ଅଭିଯୋଗ


ଜୟପୁର, 6 ଅଗଷ୍ଟ (ହି.ସ.) ଜୟପୁର ସଦର ଥାନା ଅନ୍ତର୍ଗତ ଗଦପଦର ଗ୍ରାମର ଜଣେ ବୃ୍‌ଦ୍ଧକୁ ହତ୍ୟା ହୋଇଥିବା ନେଇ ଅଭିଯୋଗ ହୋଇଛି । ଗଡପଦର ଗ୍ରାମ ହରିଜନ ସାହିର ଶିବା ହରିଜନ ଲିଖିତ ଅଭିଯୋଗ କରିଥିଲେ । ବାପା ଘାସିଆ ହରିଜନ ଦୁବୁଲି ବ୍ରିଜ ନିକଟରେ ମୃତ ଅବସ୍ଥାରେ ପଡିଥିଲେ । ପୁଅ ଦେଖିବା ପରେ ପରିବାର ଲୋକ ଓ ଗ୍ରାମବାସୀ ଙ୍କୁ ଜଣାଇଥିଲେ । ଦେଖିବା ସମୟରେ ମୃତ ଘାସିଆଙ୍କ ଦେହ ସାରା ରକ୍ତ ସ୍ରାବ ସହ କ୍ଷତାକ୍ତ ହୋଇଛି । ସେ ପ୍ରତ୍ୟେକ ଦିନ ଗାଇ ଚାରାଇ ଫେରୁ ଥିବା ବେଳେ ଗତ କାଲି ଫେରି ନଥିଲେ । ପରେ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ରେ ଦୁବୁଲି ବିଜ୍ର ନିକଟରେ ରକ୍ତାକ୍ତ ହୋଇ ଶବ ପଡିଥିଲା । ଆମ୍ଭୁଲାନ୍ସକୁ ସୁଚନା ଦେବା ପରେ ଆସିବାରୁ ଘାସିଆ କୁ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ତେଣୁ ଘାସିଆଙ୍କୁ କିଏ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭତ୍ତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବ ସହ ଶଚ୍ଚ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande