ଅଭିଭାବକ ମଂଚ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ବଲାଙ୍ଗିର, 6 ଅଗଷ୍ଟ (ହି.ସ.) ବଲାଙ୍ଗିର ଜିଲ୍ଲା ର ପ୍ରମୁଖ ସାମାଜିକ ସଂଗଠନ ଅଭିଭାବକ ମଂଚ ତରଫରୁ ସ୍ଥାନୀୟ ମାଲଗୋଦାମ ପଡା ପ୍ରାଥମିକ ବିଦ୍ୟାଳୟ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଶିଶୁ ବିକାଶ କେନ୍ଦ୍ରର ସଭାପତି ମଦନ ମୋହନ ରଥ ପ୍ରଥମ ଚାରା ଗଛ ରୋପଣ କରିବା
ଅଭିଭାବକ ମଂଚ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ


ବଲାଙ୍ଗିର, 6 ଅଗଷ୍ଟ (ହି.ସ.)

ବଲାଙ୍ଗିର ଜିଲ୍ଲା ର ପ୍ରମୁଖ ସାମାଜିକ ସଂଗଠନ ଅଭିଭାବକ ମଂଚ ତରଫରୁ ସ୍ଥାନୀୟ ମାଲଗୋଦାମ ପଡା ପ୍ରାଥମିକ ବିଦ୍ୟାଳୟ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଶିଶୁ ବିକାଶ କେନ୍ଦ୍ରର ସଭାପତି ମଦନ ମୋହନ ରଥ ପ୍ରଥମ ଚାରା ଗଛ ରୋପଣ କରିବା ପରେ ମଂଚ ସଭାପତି ଧର୍ମବ୍ରତ ରଥ, ଉପ-ସଭାପତି ପ୍ରଶନ୍ନ ମିଶ୍ର, ସହ ସଂପାଦକ କୃଷ୍ଣଚନ୍ଦ୍ର ମମହାକୁର, କୋଷାଧ୍ୟକ୍ଷ ଦିବାର ହୋତା ତଥା ସି.ଆର.ସିି.ସି. ରଶ୍ମିତା ମହାନନ୍ତି, ପ୍ରଧାନ ଶିକ୍ଷୟତ୍ରୀ ଅନୁସୟା ଖୁଆସ, ଶିକ୍ଷକ କାଜଲ ବରିହା, ବ୍ରହ୍ମାନନ୍ଦ ପଣ୍ଡା ଏବଂ ରୋଡ ଟୁ ସ୍କୁଲ ଅନୁଷ୍ଠାନର ନିହାରିକା ପଣ୍ଡା, ସତ୍ୟମ ସାହୁ, ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ରଥ ପର୍ଯ୍ୟାବରଣ ସଂବର୍ଦ୍ଧନ ପାଇଁ ବୃକ୍ଷ ରୋପଣରେ ଆବଶ୍ୟକତା ଉପରେ ଛାତ୍ର ଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଉତ୍ସାହର ସହ ସହଯୋଗ କରିଥିଲେ । ଶେଷରେ ପୂଜ୍ୟପୂଜା ସେବା ସଂଗଠନର ଉପସଭାପତି ମଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande