ଭାଇ ଭଉଣୀର ପବିତ୍ର ସମ୍ପର୍କ ରାକ୍ଷୀ ଚଳଚଂଚଳ ରାକ୍ଷୀ ଦୋକାନ
ଜୟପୁର, ୬ ଅଗଷ୍ଟ (ହି.ସ.) - ରାକ୍ଷୀ ପୂର୍ଣ୍ଣିମା ଓଡ଼ିଶାର ଏକା ଜନପ୍ରିୟ ହିନ୍ଦୁ ପର୍ବ । ଶ୍ରାବଣ ମାସ ପୂର୍ଣ୍ଣମୀକୁ ରାକ୍ଷୀ ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଭାଇ ଓ ଭଉଣୀଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ପାଇଁ ରାଖୀ ଏକ ମାଧ୍ୟମ । ମହାଲକ୍ଷ୍ମୀ ଶ୍ରାବଣ ପୂର୍ଣ୍ଣିମୀରେ ଭାଇ ହାତରେ ରାଖୀ ବାନ୍ଧିଥିବା
ଭାଇ ଭଉଣୀର ପବିତ୍ର ସମ୍ପର୍କ ରାକ୍ଷୀ ଚଳଚଂଚଳ ରାକ୍ଷୀ ଦୋକାନ


ଜୟପୁର, ୬ ଅଗଷ୍ଟ (ହି.ସ.) - ରାକ୍ଷୀ ପୂର୍ଣ୍ଣିମା ଓଡ଼ିଶାର ଏକା ଜନପ୍ରିୟ ହିନ୍ଦୁ ପର୍ବ । ଶ୍ରାବଣ ମାସ ପୂର୍ଣ୍ଣମୀକୁ ରାକ୍ଷୀ ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଭାଇ ଓ ଭଉଣୀଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ପାଇଁ ରାଖୀ ଏକ ମାଧ୍ୟମ । ମହାଲକ୍ଷ୍ମୀ ଶ୍ରାବଣ ପୂର୍ଣ୍ଣିମୀରେ ଭାଇ ହାତରେ ରାଖୀ ବାନ୍ଧିଥିବା ପୁରାଣରେ କଥିତ ଅଛି । ରାକ୍ଷୀ ପୂର୍ଣ୍ଣିମା ଦିନ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଦିନ । ଜଗନ୍ନାଥ ମନ୍ଦିରରେ ଦେବୀ ସୁଭଦ୍ରା ମଧ୍ୟ ବଡଭାଇ ଶ୍ରୀବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ ରାଖୀ ବାନ୍ଧିବେ । ଚଳିତମାସ ୯ ତାରିଖରେ ପବିତ୍ର ରାଖୀ ପୂର୍ଣ୍ଣିମା । ଏଥିପାଇଁ କୋରାପୁଟ ଜିଲାର ଜୟପୁର, ସେମିଳିଗୁଡା, କୋରାପୁଟ, ବୋରିଗୁମ୍ମା, ବୈପାରିଗୁଡା, କୋଟପାଡ, କୁନ୍ଦୁର, ଦାମାନଯୋଡିରେ ରାଖୀ ଷ୍ଟଲ ଚଳଚଂଚଳ ହୋଇପଡିଛି । ଭଉଣୀ ରାକ୍ଷୀ କିଣି ଭାଇ ହାତରେ ବାନ୍ଧିବ । ରାକ୍ଷୀ କିଣିବା ପାଇଁ ଭଉଣୀ ମାନେ ରାକ୍ଷୀ ଷ୍ଟଲରେ ଭିଡ ଲାଗି ରହିଥିବା ଦେଖିବାକୁ ମିଳିଛି । ଛୋଟ ପିଲାଙ୍କ ପାଇଁ କିଡ୍ସ ରାକ୍ଷୀ ଚଳିତବର୍ଷ ଆକର୍ଷଣୀୟ ହୋଇଛି । ଚଳିତବର୍ଷ ଫେନସୀ ରାଖୀର ଡିଜାଇନ

ସୁନ୍ଦର ହେବା ସହ ବିକ୍ରି ହେଉଛି । ଶ୍ରୀଜଗନ୍ନାଥଙ୍କ ରାଖୀ ବେଶ ଚାହିଦା ରହିଛି । ସାଧାସିଧା ରାକ୍ଷୀ ଭାବେ ତୁଳୀ ରାକ୍ଷୀ ବିକ୍ରି ହେଉଛି । ଷ୍ଟୋନ ଖଚିତ ବିଭିନ୍ନ ଡିଜାଇନର ରାକ୍ଷୀ ଷ୍ଟଲର ବିଦ୍ୟୁତ ଆଲୋକରେ ଝଲମଲ କରୁଛି । ରାମ ରାକ୍ଷୀ, ଭାଇ ରାଖୀ, ବ୍ରୋ ରାକ୍ଷୀ, ଭାଇ ଭଉଣୀ ଲେଖା ଥିବା ରାକ୍ଷୀ,ବଦର ସିଷ୍ଟର

ଲେଖା ଥିବା ରାକ୍ଷୀ, ଲଙ୍ଗ ଲିଭ ମାଇଁ ବଦର ଲେଖା ଥିବା ରାକ୍ଷୀ, ବେଷ୍ଟ ଇଜ ମାଇଁ ବ୍ରଦର ଲେଖା ଥିବା ରାକ୍ଷୀ, ଗଣେଶ ରାକ୍ଷୀ, ରୁଦ୍ରାକ୍ଷ ରାକ୍ଷୀ, ତ୍ରିଶୁଳ ରାକ୍ଷୀ ଆଦି ୫ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ରାକ୍ଷୀ ବିକ୍ରି ହେଉଥିବା ଲକ୍ଷ୍ୟ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande