ପାଟନା, 6 ଅଗଷ୍ଟ (ହି.ସ.)-
ବିହାରର ଅନ୍ୟ ଜିଲ୍ଲା ସହିତ, ରାଜଧାନୀ ପାଟନା
ମଧ୍ୟ ବନ୍ୟା ପ୍ରଭାବିତ। ଗଙ୍ଗା, ପୁନପୁନ ଏବଂ ସୋନ
ନଦୀ ଅନିୟନ୍ତ୍ରିତ ବନ୍ୟା ସହିତ ରାଜଧାନୀ ପାଟନା ସମେତ ସମଗ୍ର ରାଜ୍ୟରେ ତାଣ୍ଡବ ରଚୁଛି। ଗଙ୍ଗା
ତା'ର କୂଳ ଭାଙ୍ଗି ସହର ଆଡକୁ ମୁହାଁଇଛି। ଏହା ଯୋଗୁଁ
ଲୋକଙ୍କ ଦୈନନ୍ଦିନ ଜୀବନ ଜଳବନ୍ଦୀରେ ରହିଛନ୍ତି।କେନ୍ଦ୍ରୀୟ ଜଳ ଆୟୋଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ପାଟନାର ଦୀଘା, ଗାନ୍ଧୀ ଘାଟ, ଗାଇ ଘାଟ, ଗୁଲବି ଘାଟ, ଆଲମଗଞ୍ଜ ଏବଂ
ବିନ୍ଦ ଟୋଲି ଭଳି ନିମ୍ନ ଅଞ୍ଚଳଗୁଡ଼ିକରେ ଗଙ୍ଗା ଜଳ ବିପଦ ସଙ୍କେତଠାରୁ କିଛି ସେଣ୍ଟିମିଟର
ଉପରେ ପ୍ରବାହିତ ହେଉଛି। ଦୀଘା ଘାଟରେ ଜଳସ୍ତର ସକାଳ 6ଟାରେ 36 ସେମି ବିପଦ ସଙ୍କେତ ଉପରେ ଥିଲା
,ଯେତେବେଳେ ଗାନ୍ଧି ଘାଟରେ ଏହି ସଂଖ୍ୟା 97
ସେମି ପହଁଞ୍ଚିଛି। ପରିସ୍ଥିତି ଆହୁରି ଭୟଙ୍କର ହେଉଛି କାରଣ ଏପର୍ଯ୍ୟନ୍ତ ଜଳସ୍ତରରେ ନିରନ୍ତର ବୃଦ୍ଧି ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା