ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
ମାଲକାନଗିରି, ୬ ଅଗଷ୍ଟ (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମ ପି ଭି - ୧୨ ନିକଟସ୍ଥ ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଠାବ । ମୃତ ଯୁବକ ଏମ ପି ଭି ୧୭ ଗ୍ରାମର ଶଙ୍କର ଦାସ (୪୮)ଙ୍କ ପୁଅ ସମୀର ଦାସ (୨୨) ବୋଲି ଜଣାପଡ଼ିଛି । ମଙ୍ଗଳବାର ଦିନ ମାନ୍ଦାପଲ୍ଲୀ ପଂଚାୟତକୁ ଚାଉଳ ଉଠାଇ
ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର


ମାଲକାନଗିରି, ୬ ଅଗଷ୍ଟ (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମ ପି ଭି - ୧୨ ନିକଟସ୍ଥ ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଠାବ । ମୃତ ଯୁବକ ଏମ ପି ଭି ୧୭ ଗ୍ରାମର ଶଙ୍କର ଦାସ (୪୮)ଙ୍କ ପୁଅ ସମୀର ଦାସ (୨୨) ବୋଲି ଜଣାପଡ଼ିଛି । ମଙ୍ଗଳବାର ଦିନ ମାନ୍ଦାପଲ୍ଲୀ ପଂଚାୟତକୁ ଚାଉଳ ଉଠାଇ ଫେରିବା ସମୟରେ ନିକଟସ୍ଥ କେନାଲ ମଧ୍ୟକୁ ଭାରସାମ୍ୟ ହରାଇ ଖସି ପଡିଥିବା ଅନୁମାନ କରାଯାଉଛି । ଦୀର୍ଘ ସମୟ ଧରି କେନାଲ ଭିତରେ ବୁଡ଼ିରହିବା ଦ୍ୱାରା ସମିରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ସକାଳେ କିଛି ଗ୍ରାମବାସୀ ସେହି ରାସ୍ତାରେ ଜମିକୁ ଯିବା ସମୟରେ ମୋଟର ସାଇକେଲ ପଡିରହି ଥିବା ଦେଖିବା ସହ କିଛି ଦୂରରେ ଯୁବକଙ୍କ ମୃତ ଦେହ ଦେଖି ଗ୍ରାମବାସୀଙ୍କୁ ଜଣାଇବା ସହ ପୋଲିସ କୁ ଖବର ଦେଇଥିଲେ । ଯୁବକଙ୍କ ମୃତ ଦେହ ମିଳିବା ଖବର ଗ୍ରାମରେ ପ୍ରଚାର ହେବା ପରେ ଯୁବକଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଂଚି ଯୁବକ ଙ୍କୁ ଚିହ୍ନଟ କରିଥିଲେ । ଘଟଣା ସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପରେ ଘଟଣା ସ୍ଥଳରେ ପୋଲିସ ପହଂଚି ମୃତ ଦେହ ଉଦ୍ଧାର କରିବା ସହ କେଉଁ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ ହୋଇଛି ତାହା ତଦନ୍ତ ଚଳେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande