ବୁକ ସରକୁଲାର ୪୭ର କାର୍ଯ୍ୟାନ୍ୱୟନ ପାଇଁ ସବୁ ବିଭାଗକୁ ଚିଠି
ଭୁବନେଶ୍ୱର,୦୬ ଅଗଷ୍ଟ (ହି.ସ.)- ବୁକ ସରକୁଲାର ୪୭ ର କାର୍ଯ୍ୟାନ୍ୱୟନ ଏବଂ ମାସିକ ରିପୋର୍ଟ ଦାଖଲ ପାଇଁ ସବୁ ବିଭାଗକୁ ସଂସଦୀୟ ବିଭାଗ ଚିଠି ଲେଖିଛି।ସାଂସଦ ଓ ବିଧାୟକଙ୍କ ଠାରୁ କାର୍ଯ୍ୟାଳୟକୁ ଆସିଥିବା ଚିଠି ସମ୍ପର୍କିତ ସୂଚନା ପାଇଁ ନିର୍ଦେଶ ଦିଆଯାଇଛି। ଏହାସହ ମେ ମାସର ରିପୋର୍ଟ ଦାଖଲ ପାଇଁ ନିର୍ଦେ
ବୁକ ସରକୁଲାର ୪୭ର କାର୍ଯ୍ୟାନ୍ୱୟନ ପାଇଁ ସବୁ ବିଭାଗକୁ ଚିଠି


ଭୁବନେଶ୍ୱର,୦୬ ଅଗଷ୍ଟ (ହି.ସ.)- ବୁକ ସରକୁଲାର ୪୭ ର କାର୍ଯ୍ୟାନ୍ୱୟନ ଏବଂ ମାସିକ ରିପୋର୍ଟ ଦାଖଲ ପାଇଁ ସବୁ ବିଭାଗକୁ ସଂସଦୀୟ ବିଭାଗ ଚିଠି ଲେଖିଛି।ସାଂସଦ ଓ ବିଧାୟକଙ୍କ ଠାରୁ କାର୍ଯ୍ୟାଳୟକୁ ଆସିଥିବା ଚିଠି ସମ୍ପର୍କିତ ସୂଚନା ପାଇଁ ନିର୍ଦେଶ ଦିଆଯାଇଛି। ଏହାସହ ମେ ମାସର ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ଦିଆଯାଇଛି।ପ୍ରତ୍ୟେକ ମାସର ୧୫ ତାରିଖ ସୁଦ୍ଧା ବୁକ ସରକୁଲାର ୪୭ ଅଧୀନରେ ଆସିଥିବା ଚିଠି ଉପରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ସହ ମେ ମାସ ୨୦ ତାରିଖ ସୁଦ୍ଧା ମୁଖ୍ୟ ଶାସନ ସଚିବଙ୍କ ନିକଟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ରିପୋର୍ଟ ଦାଖଲରେ ବିଳମ୍ବ ହେଉଥିବାରୁ ଖୁବ ଶୀଘ୍ର ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande