ବ୍ରହ୍ମପୁରରେ ହୀରା କାରବାରକୁ ନେଇ ଗୁଳିକାଣ୍ଡ
ଗଂଜାମ, 6 ଅଗଷ୍ଟ (ହି.ସ.) ବଡବଜାର ଥାନା ଶାସ୍ତ୍ରୀନଗର ପଂଚମ ଲାଇନରେ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ ହୋଇଛି । ଚାରିଜଣ ବ୍ୟକ୍ତି କାରରେ ଆସି ଏସ୍ ରୁନା ଆଚାରୀଙ୍କ ଘରକୁ ଯାଇ ଗୁଳି ମାଡ କରି ଚଂପଟ ମାରିଥିଲେ। ଏହି ଘଟଣାରେ ପଡୋଶୀ ସୁନୀଲ ସାହୁ ମଧ୍ୟ ଆହତ ହୋଇଛନ୍ତି । ଉଭୟଙ୍କୁ ବ୍ରହ୍ମପୁର
ବ୍ରହ୍ମପୁରରେ ହୀରା କାରବାରକୁ ନେଇ ଗୁଳିକାଣ୍ଡ


ଗଂଜାମ, 6 ଅଗଷ୍ଟ (ହି.ସ.)

ବଡବଜାର ଥାନା ଶାସ୍ତ୍ରୀନଗର ପଂଚମ ଲାଇନରେ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ ହୋଇଛି । ଚାରିଜଣ ବ୍ୟକ୍ତି କାରରେ ଆସି ଏସ୍ ରୁନା ଆଚାରୀଙ୍କ ଘରକୁ ଯାଇ ଗୁଳି ମାଡ କରି ଚଂପଟ ମାରିଥିଲେ। ଏହି ଘଟଣାରେ ପଡୋଶୀ ସୁନୀଲ ସାହୁ ମଧ୍ୟ ଆହତ ହୋଇଛନ୍ତି । ଉଭୟଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ହିରା ବ୍ୟବସାୟକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ବଡବଜାର ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ଦୁବୃତମାନେ 50ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଥିବା ଜଣାପଡିଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande