ଝାଲପଡା ଅଂଚଳରେ ସାଇବର ଠକେଇ : ନାବାଳକଙ୍କଠାରୁ ଲୁଟି ନେଲେ ୧୪ହଜାର ୫ଶହ ଟଙ୍କା
ଧର୍ମଶାଳା,୬ ଅଗଷ୍ଟ(ହି.ସ.) - ପୁଣି ସାଇବର ଠକେଇର ଶିକାର ହେଲେ ନାବାଳକ । ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅଂଚଳରେ ପୁଣି ସାଇବର ଠକେଇ । ଲୋନ କରାଇ ଦେବା ପ୍ରଲୋଭନ ଦେଖାଇ ଚଂଚକତା କରି ଫୋନପେ ମାଧ୍ୟମରେ ଜଣେ ନାବାଳକଙ୍କଠାରୁ ୧୪ ହଜାର ୫ଶହ ଟଙ୍କା ଠକି ନେଇ ଥିବା ଜଣାପଡିଛି । ବ୍ରହ୍ମବ
ଝାଲପଡା ଅଂଚଳରେ ସାଇବର ଠକେଇ : ନାବାଳକଙ୍କଠାରୁ ଲୁଟି ନେଲେ ୧୪ହଜାର ୫ଶହ ଟଙ୍କା


ଧର୍ମଶାଳା,୬ ଅଗଷ୍ଟ(ହି.ସ.) - ପୁଣି ସାଇବର ଠକେଇର ଶିକାର ହେଲେ ନାବାଳକ । ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅଂଚଳରେ ପୁଣି ସାଇବର ଠକେଇ । ଲୋନ କରାଇ ଦେବା ପ୍ରଲୋଭନ ଦେଖାଇ ଚଂଚକତା କରି ଫୋନପେ ମାଧ୍ୟମରେ ଜଣେ ନାବାଳକଙ୍କଠାରୁ ୧୪ ହଜାର ୫ଶହ ଟଙ୍କା ଠକି ନେଇ ଥିବା ଜଣାପଡିଛି । ବ୍ରହ୍ମବରଦା ଥାନା ଅନ୍ତର୍ଗତ ଝାଲପଡା ପଂଚାୟତ ସାନବାଗସାହି ଗ୍ରାମର ସୀତାକାନ୍ତ ବିଶ୍ୱାଳଙ୍କ ୧୬ ବର୍ଷିୟ ପୁଅ ବୋଲି ଜଣାପଡିଛି । ଏନେଇ ପରିବାର ପକ୍ଷରୁ ବ୍ରହ୍ମବରଦା ଥାନାରେ ଅଭିଯୋଗ କରାଯାଇଥିବା ଜଣାପଡିଛି ।

ଅଭିଯୋଗ ମୁତାବକ,ଆଜି ଅପରାହ୍ନରେ ବ୍ରହ୍ମବରଦା ଥାନା ଅନ୍ତର୍ଗତ ଝାଲପଡା ଗ୍ରାମର ସୀତାକାନ୍ତଙ୍କ ପୁଅ ଫୋନକୁ ମ୍ୟାସେଜ୍ ଆସିଥିଲା । ମ୍ୟାସେଜ୍ ଗ୍ରହଣ କରିବା ସହ ଏକ ଆପ ଲୋଡ କରିଥିଲେ । ପରେ ୫୦ ହଜାର ଟଙ୍କା ବିନା ସୁଧରେ ଲୋନ ଟଙ୍କା ବ୍ୟାଙ୍କ ଚଳନ୍ତି ଖାତାକୁ ଚାଲିଯିବ । ବିଭିନ୍ନ ପ୍ରଲୋଭନ ଦେଖାଇ ରେଜିଷ୍ଟ୍ରେସନ ମାଧ୍ୟମରେ ଆଗ୍ରମୀ ୧୪ହଜାର ୫ଶହ ଟଙ୍କା ଦେବାକୁ ପଡିବ ଓ କିଛି ସମୟ ମଧ୍ୟରେ ବ୍ୟାଙ୍କ ଖାତାକୁ ମୋଟ୍ ୬୪ ହଜାର ୫ଶହ ଟଙ୍କା ଆସିବ ବୋଲି କୁହା ଯାଇଥିଲା । ଫୋନ ପେରେ ମ୍ୟାସେଜ୍ ଆସିବା ପରେ ସେ ତାଙ୍କ ନିଜର ଗୁପ୍ତ ନମ୍ବର ଦେଇଥିଲେ । ୫ଘଂଟା ଅପେକ୍ଷା କରିବା ପରେ ବ୍ୟାଙ୍କ ଖାତାକୁ ଟଙ୍କା ନ ଆସିବାରୁ ସେ ଆସିଥିବା ନମ୍ବର ସହ ଯୋଗାଯୋଗ କରିଥିଲେ । ହେଲେ ସେମାନେ ମୋବାଇଲ ନମ୍ବରକୁ ଗ୍ରହଣ କରି ନ ଥିଲେ । ଏହି ଘଟଣାକୁ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande