ମୁଖ୍ୟମନ୍ତ୍ରୀ ଧାମୀଙ୍କ ସହ କଥା ହୋଇ ଧରୋଲି ବିପର୍ଯ୍ୟୟରେ ରେସକ୍ୟୁ କାର୍ଯ୍ୟ ବିଷୟରେ ପଚାରି ବୁଝିଲେ ପିଏମ ମୋଦି
ଡେରାଡୁନ, 6 ଅଗଷ୍ଟ (ହି.ସ.)- ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ ଫୋନ ମାଧ୍ୟମରେ କଥା ହୋଇଛନ୍ତି ଏବଂ ଉତ୍ତରକାଶୀ ଜିଲ୍ଲାର ଧରାଲି ଅଞ୍ଚଳରେ ସମ୍ପ୍ରତି ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ସହ ବିପଦ ପ
ମୁଖ୍ୟମନ୍ତ୍ରୀ ଧାମୀଙ୍କ ସହ କଥା ହୋଇ ଧରୋଲି ବିପର୍ଯ୍ୟୟରେ ରେସକ୍ୟୁ କାର୍ଯ୍ୟ ବିଷୟରେ ପଚାରି ବୁଝିଲେ ପିଏମ ମୋଦି


ଡେରାଡୁନ, 6 ଅଗଷ୍ଟ (ହି.ସ.)- ବୁଧବାର ଦିନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ ଫୋନ

ମାଧ୍ୟମରେ କଥା ହୋଇଛନ୍ତି ଏବଂ ଉତ୍ତରକାଶୀ ଜିଲ୍ଲାର ଧରାଲି ଅଞ୍ଚଳରେ ସମ୍ପ୍ରତି ଘଟିଥିବା

ପ୍ରାକୃତିକ ବିପର୍ଯ୍ୟୟ ସହ ବିପଦ ପରେ ଚାଲିଥିବା ରିଲିଫ ଓ ରେସକ୍ୟୁ କାର୍ଯ୍ୟର ବିଷୟରେ ପଚାରି

ବୁଝିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ସରକାର ପକ୍ଷରୁ ସମ୍ଭବ ହେଉଥିବା ସମସ୍ତ ସହଯୋଗ

ଦେବା ନିମନ୍ତେ ଆଶ୍ୱାସନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଧାମୀ

ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ, ରାଜ୍ୟ ସରକାର ରିଲିଫ ଓ ରେସକ୍ୟୁ କାର୍ଯ୍ୟରେ ପୂରା ତତ୍ପରତାର ସହ କାମ କରୁଛନ୍ତି ।

ଲାଗାତାର ପ୍ରବଳ ବର୍ଷା ହେଉଥିବାରୁ କିଛି ଅଞ୍ଚଳରେ ସମସ୍ୟା ସୃଷ୍ଟି ହେଉଛି,

କିନ୍ତୁ ସମସ୍ତ ସମ୍ପୃକ୍ତ ଏଜେନ୍ସି ସମନ୍ୱୟ ସହ କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଧାମୀ ଧରୋଲି ବଜାର,

ହର୍ଷିଲ୍ ଏବଂ ଆଖପାଖ ଅଞ୍ଚଳରେ ବିପର୍ଯ୍ୟୟ ଦ୍ୱାରା ହୋଇଥିବା କ୍ଷତିର ନିରୀକ୍ଷଣ ପାଇଁ

ସହସ୍ରଧାରା ହେଲିପ୍ୟାଡ଼ରୁ ଯାତ୍ରା

କରିଛନ୍ତି। ସେ ବିପର୍ଯ୍ୟୟ ପ୍ରଭାବିତ ଧରୋଲି ବଜାର, ହର୍ଷିଲ୍ ଏବଂ ଆଖପାଖ ଅଞ୍ଚଳର ନିରୀକ୍ଷଣ କରିବେ ଓ ଉତ୍ତରକାଶୀରେ ବିପଦ ପ୍ରଭାବିତ ଅଞ୍ଚଳରେ

ଚାଲିଥିବା ରିଲିଫ ଓ ରେସକ୍ୟୁ କାର୍ଯ୍ୟର ସମୀକ୍ଷା କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande