ନୂଆଦିଲ୍ଲୀ, 6 ଅଗଷ୍ଟ (ହି.ସ.)- ପଦ୍ମ ବିଭୂଷଣ
ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କୁଶଳ ରାଜନୈତିକ ନେତା, ପ୍ରଖର ବକ୍ତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ
ଓ 'ପଦ୍ମ ବିଭୂଷଣ' ସୁଷମା ସ୍ୱରାଜ ଜୀଙ୍କ
ପୁଣ୍ୟତିଥିରେ ମୁଁ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାସୁମନ
ଅର୍ପଣ କରୁଛି। ସମକାଳୀନ ଭାରତୀୟ ରାଜନୀତିରେ ସୁଷମା ସ୍ୱରାଜ୍ ଏକ ସମ୍ବେଦନଶୀଳ ଓ ସମର୍ପିତ ନେତ୍ରୀ
ଭାବରେ ପରିଚିତ ଥିଲେ। ବିରୋଧୀ ଦଳ ନେତ୍ରୀ ଭାବରେ ବିଭିନ୍ନ ବିଷୟରେ ତାଙ୍କର ମତ ଭାରତୀୟ ଗଣତନ୍ତ୍ରକୁ
ଏକ ନୂଆ ଉଚ୍ଚତା ପ୍ରଦାନ କରିଥିଲା, ଏବଂ ବୈଦେଶିକ ମନ୍ତ୍ରୀ ଭାବରେ ତାଙ୍କର ନିଷ୍ପତ୍ତି କ୍ଷମତା ଓ ଦୂରଦୃଷ୍ଟି ଭାରତୀୟ ବିଦେଶ
ନୀତିକୁ ଏକ ନୂଆ ଦିଗ ଦେଇଥିଲା। ସଂଗଠନ ଠାରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ,
ପ୍ରତ୍ୟେକ ଦାୟିତ୍ୱରେ ସେ ତାଙ୍କର କାର୍ଯ୍ୟକ୍ଷମତା ଓ ନିଷ୍ଠା ଦ୍ୱାରା ଦେଶକୁ ସଶକ୍ତ କରିଥିଲେ। ବଡ଼ ଭଉଣୀ ଭାବରେ ତାଙ୍କର ସ୍ମୃତି ଆମ ସମସ୍ତଙ୍କୁ ସର୍ବଦା ବାସ୍ତବ
ନିଷ୍ଠା ଓ ରାଷ୍ଟ୍ରସେବାର ପଥରେ ଚାଲିବାକୁ ପ୍ରେରଣା ଦେଉଥିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା