ଭୁବନେଶ୍ୱର,୦୬ ଅଗଷ୍ଟ (ହି.ସ.)- ସପିଙ୍ଗ ମଲରେ ବ୍ରେଷ୍ଟ ଫିଡ଼ିଂ ସେଂଟର୍ ଖୋଲିବାକୁ ବ୍ୟବସାୟୀ ଅନୁଷ୍ଠାନକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅନୁରୋଧ କରିଛନ୍ତି। ଆଗକୁ ବସ ଷ୍ଟାଣ୍ଡ, ରେଳ ଷ୍ଟେସନ, ପରିବା ହାଟ, ବଜାର ଭଳି ସର୍ବସାଧାରଣ ସ୍ଥାନରେ ଖୋଲାଯିବ ସେଂଟର। ସରକାରୀ ଅଫିସ, ଓ ଅଭିଯୋଗ ଶୁଣାଣୀ ସ୍ଥାନରେ ମଧ୍ୟ ସେଂଟର ଖୋଲାଯିବ।
ବିଶ୍ୱ ସ୍ତନପାନ ସପ୍ତାହ ଉପଲକ୍ଷେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨ ଟି ୱେବ୍ ସାଇଟ୍ ଲଂଚ ହୋଇଛି। ସେହିଭଳି ମହିଳା ସମାଜକଲ୍ୟାଣ ବୋର୍ଡରେ ସମାଜସେବୀ ଯୋଡ଼ି ହେବା ପାଇଁ ଲୋକକଲ୍ୟାଣ ଆପ ଉନ୍ମୋଚନ କରାଯାଇଛି। ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାରା ରାଜ୍ୟରେ ସର୍ବସାଧାରଣ ସ୍ଥାନ ଗୁଡିକରେ ଫିଡିଂ ସେଂଟର ଖୋଲାଯିବ। ଯେପରିକି ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ପରିବା ହାଟ, ବଜାର ଭଳି ସର୍ବସାଧାରଣ ସ୍ଥାନରେ ସେଂଟର ଖୋଲାଯିବ। ଏହା ସହ ରେଳ ଷ୍ଟେସନରେ ଜଣେ ମହିଳା ଆଟେଡାଂଟ ରହିବେ। ବ୍ରେଷ୍ଟ ଫିଡ଼ିଂ ଦ୍ୱାରା ବ୍ରେଷ୍ଟ କ୍ୟାନ୍ସର, ଟାଇପ ୨ ଡାଇବେଟିସ ଭଳି ରୋଗ ମାକୁ ହେବନି, ଓ ପିଲାଟି ମଧ୍ୟ ଅପପୁଷ୍ଟିର ଶିକାର ହେବନି।ଏହା ସହ ଆଗକୁ ସରକାରୀ ଅଫିସ, ଓ ଅଭିଯୋଗ ଶୁଣାଣୀ ସ୍ଥାନରେ ଏହି ସେଂଟର ଖୋଲାଯିବ।
ସପିଙ୍ଗ ମଲ ଯେଉଁଗୁଡିକର ମହିଳା ଗ୍ରାହକ ୭୫ ପ୍ରତିଶତରୁ ଅଧିକ। ସେମାନେ ମହିଳାଙ୍କ ପାଇଁ ଶୌଚାଳୟ, ଓ ବ୍ରେଷ୍ଟ ଫିଡ଼ିଂ ସେଂଟର ନିହାତି କରିବା କଥା। ଏହା ନ ହେଲେ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିବ। ପିଇବା ପାଇଁ ପାଣି, ଶୌଚାଳୟ ଓ ବ୍ରେଷ୍ଟ ଫିଡ଼ିଂ ବ୍ୟବସ୍ଥା ନ ହେଲେ ଆଗକୁ ତା ପାଇଁ ସରକାର ବ୍ୟବସ୍ଥା କରିବେ। ନାଲି ଆଖି ନୁହେଁ ସରକାର ସହଯୋଗ ମାଗନ୍ତି। ତେଣୁ ଅନୁରୋଧ କରୁଛୁ ବ୍ୟବସାୟିକ ଅନୁଷ୍ଠାନ ଗୁଡ଼ିକୁ ନିଜ ଗ୍ରାହକଙ୍କ ପାଇଁ ଛୋଟ କୋଠରୀର ବ୍ୟବସ୍ଥା କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା