ଭୁବନେଶ୍ୱର, 6 ଅଗଷ୍ଟ (ହି.ସ.)- ଅଫିସରଙ୍କ ଉପରେ
କ୍ଷୋଭ ପ୍ରକାଶ କଲେ ସରକାରୀ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ । ଅଫିସର ଜାଣିନାହାନ୍ତି
ନେତାଙ୍କ ପୋର୍ଟଫୋଲିଓ । ଅଫିସର ମାନଙ୍କର ୨୪ ବର୍ଷ ସରକାରର ହ୍ୟାଙ୍ଗ ଓଭର ଯାଇନି । ଉପ ମୁଖ୍ୟ
ସଚେତକ କହିଲେ ଜାଣିପାରୁନାହାନ୍ତି ଅଫିସର । ପଦପଦବୀରେ ଗାରିମା ବୁଝିପାରୁନାହାନ୍ତି । ବିଧାୟକ
କହିଲେ ଜାଣୁଛନ୍ତି କିନ୍ତୁ ଉପମୁଖ୍ୟ ସଚେତକ କହିଲେ ବୁଝୁନାହାନ୍ତି । ୨୪ ବର୍ଷ ଧରି ସେହି
ମୁଖ୍ୟମନ୍ତ୍ରୀ ସେହି ପ୍ରଶାସକ ଭୂମିକା ନିଭାଉଥିଲେ । ଅନ୍ୟମାନଙ୍କ ଭୂମିକା କିଛି ନଥିଲା ।
ସେଥିପାଇଁ ଏଭଳି ଭୁଲ କରୁଛନ୍ତି ଅଫିସର । ଅଫିସରଙ୍କ ଭୁଲକୁ କ୍ଷମା କରି ବାଟକୁ ଆଣିବାକୁ ପଡ଼ିବ
। ଅଫିସର ମାନଙ୍କୁ ଚରମବାଣୀ ଶୁଣାଇଲେ ସରକାରୀ ଦଳ ଉପ ମୁଖ୍ୟ ସଚେତକ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା