ପୁରୀରେ ହିରୋସିମା ଦିବସ ପାଳିତ
ପୁରୀ, ୬ ଅଗଷ୍ଟ (ହି.ସ.) - ବୁଧବାର ପୂର୍ବାହ୍ନରେ ଷ୍ଟେସନ ରୋଡ ବୁଦ୍ଧ ମନ୍ଦିର ଠାରେ ଶାନ୍ତି ପାଇଁ ହିରୋସିମା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ପ୍ରଫେସର ଡାକ୍ତର ସଦାନନ୍ଦ ମିଶ୍ରଙ୍କ ଫଟୋଚିତ୍ରରେ ଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ପୁଷ୍ପ ପ୍ରଦାନ କରିଥିଲେ । ୧୯୪୫ ମସି
ପୁରୀରେ ହିରୋସିମା ଦିବସ ପାଳିତ


ପୁରୀ, ୬ ଅଗଷ୍ଟ (ହି.ସ.) - ବୁଧବାର ପୂର୍ବାହ୍ନରେ ଷ୍ଟେସନ ରୋଡ ବୁଦ୍ଧ ମନ୍ଦିର ଠାରେ ଶାନ୍ତି ପାଇଁ ହିରୋସିମା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ପ୍ରଫେସର ଡାକ୍ତର ସଦାନନ୍ଦ ମିଶ୍ରଙ୍କ ଫଟୋଚିତ୍ରରେ ଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ପୁଷ୍ପ ପ୍ରଦାନ କରିଥିଲେ । ୧୯୪୫ ମସିହା ଅଗଷ୍ଟ ୬ ତାରିଖ ସକାଳ ୮ଟା ୧୩ ମିନିଟରେ ଜାପାନର ହିରୋସିମା ସହର ଉପରେ ଆମେରିକା ପରମାଣୁ ବୋମା ନିକ୍ଷେପ କରିଥିଲା । ସେହି ସମୟକୁ ମନେ ପକାଇ ପୃଥିବୀରେ ଶାନ୍ତି ପାଇଁ ଏହି ଦିବସ ପାଳନ କରାଯାଉଛି। ଏହାସହ ଗାଜା ଓ ୟୁକ୍ରେନରେ ମୃତ ବ୍ୟକ୍ତି ମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବିଶ୍ୱନାଥ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ପ୍ରଫେସର ଅଳକା ନନ୍ଦା ମିଶ୍ର ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମ ସମ୍ପକରେ ମତବ୍ୟକ୍ତ କରିଥିଲେ । ୨୮ ବର୍ଷ ଧରି ପୁରୀରେ ପାଳିତ ହେଉଥିବା ଏହି ଦିବସ ସଂପର୍କରେ ସଂଗଠକ ଅନାମଚନ୍ଦ୍ର ସାହୁ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ପୁରୀ ଏସପି ପିନାକ ମିଶ୍ର ଅଶାନ୍ତ ପରିବେଶ ପାଇଁ ଦୁଃଖ ପ୍ରକାଶ କରିବା ସହ ଏଭଳି ଶାନ୍ତି ସଭା ଆୟୋଜନ କରାଯାଉ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ସଦାଶିବ ସଂସ୍କୃତ ସଂସ୍ଥାନ ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ ମହାପାତ୍ର ଭାରତ ବିଶ୍ୱ ଶାନ୍ତି ପାଇଁ ସବୁବେଳେ ପ୍ରୟାସ ଜାରି ରଖିଛି । ସମ୍ମାନିତ ଅତିଥି ଭାବେ ଇଂ ରାଜେଶ ମିଶ୍ର ,ପୂର୍ବତନ କୁଳପତି ଡକ୍ଟର ଅତୁଲ କୁମାର ନନ୍ଦ, ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସୌଭାଗ୍ୟ ସାହୁ ,ଇଣ୍ଡୋ ଜାପାନ ଫ୍ରେଣ୍ଡସିପ ସେଂଟରର ସଭାପତି ଶ୍ରୀମନ୍ତ ଦାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅନୁଷ୍ଠାନର ସହ ସମ୍ପାଦକ ହେକ୍ଟର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଫାଦର ବାପିଷ୍ଟ ଡି ସ୍ୟୁଜା, ଉଦୟନାଥ ପ୍ରତିହାରୀ, ରବିସାହୁ, ଅଶୋକ ପାତ୍ର, ଧବଳେଶ ମହାପାତ୍ର, ଶିବସୁନ୍ଦର ମିଶ୍ର, ବଳରାମ ଦାଶ,ଡାକ୍ତର ନରହରି ମିଶ୍ର, ସ୍ୱାଧୀନ କୁମାର ପଣ୍ଡା, ଶତ୍ରୁଘ୍ନ ବଳିଆରସିଂହ, ମନୋଜ ରଥ, ବିଜୟ ବରାଳ, ଡାକ୍ତର ରାଧେଶ୍ୟାମ ରଥ, ଆଶୋକ ଆଢ୍ୟ, ସୁରେନ୍ଦ୍ର ତପସୁ, କୃଷ୍ଣ ସାହୁ, ଜୁପିଟର ଦାସ, ଗୌରଭ ସ୍ୱାଇଁ ଓ ସୁକାନ୍ତ ପଣ୍ଡାଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande