ଗଙ୍ଗୋତ୍ରୀ ଓ ଧରୋଲୀରେ ସେନାର ଦୁଇଟି ଅତିରିକ୍ତ ରେସକ୍ୟୁ ଟିମ୍ ନିୟୋଜିତ
ନୂଆଦିଲ୍ଲୀ, 6 ଅଗଷ୍ଟ (ହି.ସ.) ଡ୍ରୋନ ଓ ସନ୍ଧାନୀ କୁକୁରଙ୍କ ସହାୟତାରେ ଫସିରହିଥିବା ନାଗରିକଙ୍କ ପତ୍ତା ଲଗାଇବା ଉଦ୍ୟମ ଜୋରଦାର -ଉତ୍ତରକାଶୀରେ ବାଦଲ ଫାଟିବା ଘଟଣା ପରେ ନିମ୍ନ ହର୍ଷିଲ୍ ଅଞ୍ଚଳର ଏକ ଶିବିରରୁ ନିଖୋଜ ଭାରତୀୟ ସେନା ଯବାନମାନଙ୍କ ସଂପର୍କରେ କୌଣସି
ଗଙ୍ଗୋତ୍ରୀ ଓ ଧରୋଲୀରେ     ସେନାର ଦୁଇଟି ଅତିରିକ୍ତ ରେସକ୍ୟୁ ଟିମ୍ ନିୟୋଜିତ


ନୂଆଦିଲ୍ଲୀ, 6 ଅଗଷ୍ଟ (ହି.ସ.)

ଡ୍ରୋନ ଓ ସନ୍ଧାନୀ

କୁକୁରଙ୍କ ସହାୟତାରେ ଫସିରହିଥିବା ନାଗରିକଙ୍କ ପତ୍ତା ଲଗାଇବା ଉଦ୍ୟମ ଜୋରଦାର

-ଉତ୍ତରକାଶୀରେ ବାଦଲ

ଫାଟିବା ଘଟଣା ପରେ ନିମ୍ନ ହର୍ଷିଲ୍ ଅଞ୍ଚଳର ଏକ ଶିବିରରୁ ନିଖୋଜ ଭାରତୀୟ ସେନା ଯବାନମାନଙ୍କ ସଂପର୍କରେ

କୌଣସି ସୂଚନା ମିଳିନାହିଁ। ଏହା ସତ୍ତ୍ୱେ ଭାରତୀୟ ସେନାର ଯବାନମାନେ ଦ୍ରୁତ ଗତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଏପର୍ଯ୍ୟନ୍ତ 70ରୁ ଅଧିକ ଲୋକଙ୍କୁ ଉଦ୍ଧାର

କରାଯାଇଛି।

ଗଙ୍ଗୋତ୍ରୀ ଓ ଧରୋଲୀରେ

ଦୁଇଟି ଅତିରିକ୍ତ ଉଦ୍ଧାର ଓ ରେସକ୍ୟୁ ଟିମ ନିୟୋଜିତ କରାଯାଇଛି। ହର୍ଷିଲ୍ ଠାରୁ ଧରୋଲୀ

ପର୍ଯ୍ୟନ୍ତ ସଡ଼କ ଖୋଲିବା ପାଇଁ ମାଟି ହଟାଇବା ଯନ୍ତ୍ର ଲଗାଯାଇଛି। ଫସିଯାଇଥିବା

ନାଗରିକମାନଙ୍କୁ ଚିହ୍ନଟ କରିବାକୁ ଡ୍ରୋନ୍ ଓ ଉଦ୍ଧାର କୁକୁରମାନଙ୍କ ସହଯୋଗ ନିଆଯାଉଛି।

ଭାରତୀୟ ସେନା ଅଧିକାରୀମାନେ

ଜଣାଇଛନ୍ତି ଯେ ନିମ୍ନ ହର୍ଷିଲ୍ ଅଞ୍ଚଳର ଏକ ଶିବିରରୁ 8-10 ଜଣ ଭାରତୀୟ ସେନା ଯବାନ ନିଖୋଜ

ବୋଲି ସୂଚନା ମିଳିଛି। ନିଜ ଲୋକଙ୍କ ନିଖୋଜ ଥିବା ସତ୍ତ୍ୱେ ସେନା ଯବାନମାନେ ଉଦ୍ଧାର କାର୍ଯ୍ୟରେ

ନିରନ୍ତର ଲାଗି ରହିଛନ୍ତି। ଭୁସ୍ଖଳନ ପରେ ଭାରତୀୟ ସେନା

ବୁଧବାର ଜଣାଇଛି ଯେ ଧରାଳୀରେ ଏପର୍ଯ୍ୟନ୍ତ 70ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର

ହୋଇଥିବା ଲୋକମାନଙ୍କୁ ଚିକିତ୍ସା ସହଯୋଗ ଓ ଖାଦ୍ୟ ଉପଲବ୍ଧ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande