ତେଲଅଭିବ, 6 ଅଗଷ୍ଟ (ହି.ସ.)- ଇସ୍ରାଏଲ ସରକାର
ଗାଜା ଷ୍ଟ୍ରିପର ସେହି ୨୫ ପ୍ରତିଶତ ଅଞ୍ଚଳରେ ସେନା ମୁତୟନ କରିବା ବିଷୟରେ ଚିନ୍ତା କରୁଛନ୍ତି,
ଯାହାଏପର୍ଯ୍ୟନ୍ତ ତାଙ୍କ ନିୟନ୍ତ୍ରଣ ନାହିଁ। ହେଲେ
ଏହି ସମ୍ଭାବ୍ୟ ପଦକ୍ଷେପକୁ ନେଇ ସେନା ନେତୃତ୍ୱ ଓ ଦେଶର ଅଧିକାଂଶ ଲୋକମାନେ ଚିନ୍ତା ବ୍ୟକ୍ତ କରିଛନ୍ତି,
କାରଣ ଏହି କାର୍ଯ୍ୟରେ ହମାସ ଅଧୀନରେ ଥିବା ବନ୍ଧକମାନଙ୍କୁ
ଛଡ଼ାଇବାର ସମ୍ଭାବନା କମିପାରେ।
ଇସ୍ରାଏଲର ଜଣେ ବରିଷ୍ଠ
ଅଧିକାରୀଙ୍କ ଅନୁସାରେ, ପ୍ରଧାନମନ୍ତ୍ରୀ
ବେଞ୍ଜାମିନ୍ ନେତନ୍ୟାହୁ ଏହି ନିଷ୍ପତ୍ତିକୁ ଅନ୍ତିମ ରୂପ ଦେବା ପୂର୍ବରୁ ଏହି ସପ୍ତାହରେ
ତାଙ୍କର ସୁରକ୍ଷା କ୍ୟାବିନେଟ୍ର ଏକ ବୈଠକ ଡାକିପାରନ୍ତି। ମଙ୍ଗଳବାର ନେତନ୍ୟାହୁ ତିନି ଘଣ୍ଟିଆ
ଦୀର୍ଘ ସୁରକ୍ଷା ବୈଠକ କରିଥିଲେ, ଯେଉଁଥିରେ ଆଇଡିଏଫ୍ (ଇସ୍ରାଏଲ ଡିଫେନ୍ସ ଫୋର୍ସେସ୍) ର ଚିଫ୍ ଅଫ୍ ଷ୍ଟାଫ୍ ଏୟାଲ୍ ଜାମିର
ସେନା ବିକଳ୍ପ ପ୍ରସ୍ତୁତ କରିଥିଲେ। ଆଇଡିଏଫ୍ ସ୍ପଷ୍ଟ କରିଛି ଯେ,
ସୁରକ୍ଷା କ୍ୟାବିନେଟ୍ ଦ୍ୱାରା ନିଆଯାଇଥିବା କୌଣସି ବି ନିଷ୍ପତ୍ତିକୁ ଲାଗୁ
କରିବା ପାଇଁ ସେମାନେ ପୂରାପୁରି ପ୍ରସ୍ତୁତ ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା