ଭୁବନେଶ୍ୱର, 6 ଅଗଷ୍ଟ (ହି.ସ.)- ଆଜି ନୂଆଦିଲ୍ଲୀ
ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି
ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏହି ଅବସରରେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମହାପ୍ରସାଦ
ପ୍ରଦାନ କରିଛନ୍ତି। ଏହି ଅବସରରେ କେଭି ସିଂହଦେଓ କହିଛନ୍ତି ଯେ, ଏହା ଏକ ଗୌରବଜନକ ମୁହୂର୍ତ୍ତ,
ଗଭୀର କୃତଜ୍ଞତା, ଚିନ୍ତନ ଓ ଏକଠି ହୋଇ ଭବିଷ୍ୟତ ଗଢ଼ିବା ପ୍ରତିବଦ୍ଧତାର ଅନୁଭୂତି। ଓଡ଼ିଶାର ଅବଦାନକୁ ନେଇ
ଏକ ବିକଶିତ ଭାରତ ଗଢ଼ିବା ଉଦ୍ଦେଶ୍ୟରେ ଏହି ସାକ୍ଷାତକାର ଅତ୍ୟନ୍ତ ଅର୍ଥପୂର୍ଣ୍ଣ ଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା