ସ୍ଥଗିତ ହେଲା କୈଳାସ ମାନ ସରୋବର ଯାତ୍ରା, ପ୍ରବଳ ବର୍ଷା ଯୋଗୁ ଆଲର୍ଟ
ହଲ୍ଦୱାନୀ, 6 ଅଗଷ୍ଟ (ହି.ସ.)- କୁମାଉଁ ମଣ୍ଡଳରେ ଗତ ତିନି ଦିନ ଧରି ହେଉଥିବା ପ୍ରବଳ ବର୍ଷା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା କାରଣରୁ କୈଳାସ ମାନସରୋବର ଯାତ୍ରାକୁ ରୋକି ଦିଆଯାଇଛି। ଏହା ମଧ୍ୟରେ, ପାଣିପାଗ ବିଭାଗ ପୁଣିଥରେ ଆଗାମୀ 24 ଘଣ୍ଟା ମ
ସ୍ଥଗିତ ହେଲା କୈଳାସ ମାନ     ସରୋବର ଯାତ୍ରା, ପ୍ରବଳ ବର୍ଷା ଯୋଗୁ ଆଲର୍ଟ


ହଲ୍ଦୱାନୀ, 6 ଅଗଷ୍ଟ (ହି.ସ.)- କୁମାଉଁ ମଣ୍ଡଳରେ

ଗତ ତିନି ଦିନ ଧରି ହେଉଥିବା ପ୍ରବଳ ବର୍ଷା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବଳ

ବର୍ଷା କାରଣରୁ କୈଳାସ ମାନସରୋବର ଯାତ୍ରାକୁ ରୋକି ଦିଆଯାଇଛି। ଏହା ମଧ୍ୟରେ,

ପାଣିପାଗ ବିଭାଗ ପୁଣିଥରେ ଆଗାମୀ 24 ଘଣ୍ଟା ମଧ୍ୟରେ କୁମାଉଁର ଛଅଟି ଜିଲ୍ଲାରେ ମୂଷଳଧାରାରେ ପ୍ରବଳ ବର୍ଷା ହେବାର ଆଲର୍ଟ

ଜାରି କରିଛି।

କୁମାଉଁ ମଣ୍ଡଳର ଆୟୁକ୍ତ

ଦୀପକ ରାୱତ ବୁଧବାର

ଜଣାଇଛନ୍ତି ଯେ, କୈଳାସ ମାନସରୋବର

ଯାତ୍ରାକୁ ପରିସ୍ଥିତି ସାମାନ୍ୟ ହେବା ଯାଏ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି। ଯାତ୍ରାର ଚତୁର୍ଥ

ଦଳ ନିରାପଦ ଭାବେ ଧାରଚୁଲା ପର୍ଯ୍ୟନ୍ତ ପହଞ୍ଚିଛନ୍ତି । ଧାରଚୁଲା ଓ ଲିପୁଲେଖ ମଧ୍ୟରେ ଲାଗାତାର

ଭୂସ୍ଖଳନ ହେଉଥିବାରୁ ନିରାପତ୍ତା ଦୃଷ୍ଟିରେ ଯାତ୍ରାକୁ ସେଠାରେ ରୋକି ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande