ଝାରଖଣ୍ଡ- କୁଖ୍ୟାତ ନକ୍ସଲ କମାଣ୍ଡର କେରକେଟ୍ଟା ଗୁଳି ବିନିମୟରେ ନିହତ
ରାଞ୍ଚି, 6 ଅଗଷ୍ଟ (ହି.ସ.)-ଝାରଖଣ୍ଡର ଗୁମଲା ଜିଲ୍ଲା ପୋଲିସ ବଡ଼ ସଫଳତା ହାସଲ କରିଛି। ମଙ୍ଗଳବାର ରାତିରେ ପୋଲିସ ପିପୁଲ୍ସ ଲିବେରେସନ୍ ଫ୍ରଣ୍ଟ ଅଫ୍ ଇଣ୍ଡିଆର କମାଣ୍ଡର୍ ମାର୍ଟିନ୍ କେରକେଟ୍ଟାଙ୍କ ଏନକାଉଣ୍ଟରରେ ନିହତ ହୋଇଛି । କେରକେଟ୍ଟାଙ୍କ ଉପରେ ୧୫ ଲକ୍ଷ ଟଙ୍କାର
ଝାରଖଣ୍ଡ- କୁଖ୍ୟାତ ନକ୍ସଲ     କମାଣ୍ଡର କେରକେଟ୍ଟା ଗୁଳି ବିନିମୟରେ ନିହତ


ରାଞ୍ଚି, 6 ଅଗଷ୍ଟ (ହି.ସ.)-ଝାରଖଣ୍ଡର ଗୁମଲା

ଜିଲ୍ଲା ପୋଲିସ ବଡ଼ ସଫଳତା ହାସଲ କରିଛି। ମଙ୍ଗଳବାର ରାତିରେ ପୋଲିସ ପିପୁଲ୍ସ ଲିବେରେସନ୍

ଫ୍ରଣ୍ଟ ଅଫ୍ ଇଣ୍ଡିଆର କମାଣ୍ଡର୍ ମାର୍ଟିନ୍ କେରକେଟ୍ଟାଙ୍କ ଏନକାଉଣ୍ଟରରେ ନିହତ ହୋଇଛି । କେରକେଟ୍ଟାଙ୍କ

ଉପରେ ୧୫ ଲକ୍ଷ ଟଙ୍କାର ଇନାମ ଘୋଷଣା କରାଯାଇଥିଲା। ଗୁମଲା ଜିଲ୍ଲାର କାମଡାରା ଥାନା ଅଞ୍ଚଳର

ପାରହି ଜଙ୍ଗଲର ଚଙ୍ଗାବାଡ଼ୀରେ ଘଟିଥିବା ଏହି ଗୁଳି ବିନିମୟରେ ତାଙ୍କ ଠାରୁ ଅସ୍ତ୍ର ଉଦ୍ଧାର କରାଯାଇଛି।

ଏସପି ହରିଶ ବିନ ଜମାଙ୍କୁ କାମଡାରା ଥାନା ଅଞ୍ଚଳର ଚଙ୍ଗାବାଡ଼ୀ ଉପରଟୋଲିରେ ନକ୍ସଲ ଲୁଚିଥିବା ସୂଚନା ମିଳିଥିଲା। ଏହା ଆଧାରରେ ଗଠିତ ଏକ

ଟିମ୍ ଅଭିଯାନ ଆରମ୍ଭ କରିଥିଲା। ପୋଲିସ ଟିମ୍ ସେଠାରେ ପହଞ୍ଚିବା ମାତ୍ରେ ନକ୍ସଲମାନେ

ଗୁଳିବର୍ଷା ଆରମ୍ଭ କରିଥିଲେ। ପୋଲିସ ଟିମ୍ ମଧ୍ୟ ପ୍ରତି ଉତ୍ତରରେ ଗୁଳିଚାଳନା କରିଥିଲେ। ଏହି ଗୁଳି

ବିନିମୟ ସମୟରେ ନକ୍ସଲ ସଂଗଠନର କମାଣ୍ଡର୍ ମାର୍ଟିନ୍ କେରକେଟ୍ଟା ନିହତ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande