କର୍ତବ୍ୟ ପଥରେ ନିର୍ମିତ କର୍ତବ୍ୟ ଭବନ-3ର ଉଦଘାଟନ କଲେ ପିଏମ ମୋଦି
ନୂଆଦିଲ୍ଲୀ, 6 ଅଗଷ୍ଟ (ହି.ସ.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ଦିଲ୍ଲୀର କର୍ତ୍ତବ୍ୟ ପଥରେ ନବନିର୍ମିତ କର୍ତ୍ତବ୍ୟ ଭବନ-୩ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଆବାସ ଓ ସହର ବିକାଶ ବିଭାଗ ମନ୍ତ୍ରୀ ମନୋହର ଲାଲ ମଧ୍ୟ ଉପସ୍ଥିତ ଥିଲେ। କେନ୍ଦ୍ରମନ
କର୍ତବ୍ୟ ପଥରେ ନିର୍ମିତ     କର୍ତବ୍ୟ ଭବନ-3ର ଉଦଘାଟନ କଲେ ପିଏମ ମୋଦି


ନୂଆଦିଲ୍ଲୀ, 6 ଅଗଷ୍ଟ (ହି.ସ.)-ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ବୁଧବାର ଦିନ ଦିଲ୍ଲୀର କର୍ତ୍ତବ୍ୟ ପଥରେ ନବନିର୍ମିତ କର୍ତ୍ତବ୍ୟ ଭବନ-୩ର ଉଦ୍‌ଘାଟନ

କରିଛନ୍ତି। ଏହି ଅବସରରେ କେନ୍ଦ୍ର ଆବାସ ଓ ସହର ବିକାଶ ବିଭାଗ ମନ୍ତ୍ରୀ ମନୋହର ଲାଲ ମଧ୍ୟ

ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀ ମନୋହର ଲାଲ କହିଛନ୍ତି ଯେ,

ଏହି ଭବନ 1.5 ଲକ୍ଷ ବର୍ଗ ମିଟର ଅଞ୍ଚଳରେ ବିସ୍ତୃତ

ହୋଇଛି ଓ ଏଥିରେ ମୋଟ 850ଟି କାର୍ଯ୍ୟାଳୟ କକ୍ଷ ରହିଛି। ଏହି ଭବନରେ ଦୁଇଟି ବେସମେଣ୍ଟ,

ଭୂତଳ ଓ ଏହାସହିତ ସାତ ମହଲା ରହିଛି। ଏହି ଭବନ

ସେଣ୍ଟ୍ରାଲ ଭିସ୍ଟା ପ୍ରକଳ୍ପ ଅନ୍ତର୍ଗତ ନିର୍ମିତ ହେଉଥିବା ଦଶଟି ସାଧାରଣ କେନ୍ଦ୍ରୀୟ ସଚିବାଳୟ

ଭବନ ମଧ୍ୟରୁ ପ୍ରଥମ ଭବନ ଅଟେ। ଶେଷ ଭବନର ନିର୍ମାଣ କାର୍ଯ୍ୟ 31 ଡିସେମ୍ବର 2025 ସୁଦ୍ଧା ସମାପ୍ତ

ହେବ ଓ 30 ଏପ୍ରିଲ 2026 ଭିତରେ ସମସ୍ତ ମନ୍ତ୍ରଣାଳୟକୁ ଏଠାକୁ ସ୍ଥାନାନ୍ତର କରାଯିବ। ଏହି

ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ପ୍ରଶାସନିକ ପ୍ରକ୍ରିୟାକୁ ଅଧିକ କାର୍ଯ୍ୟକ୍ଷମ କରିବା,

ମନ୍ତ୍ରଣାଳୟ ମଧ୍ୟରେ ସମନ୍ୱୟ ବଢ଼ାଇବା ଏବଂ ନୀତି ନିଷ୍ପାଦନ କାର୍ଯ୍ୟକୁ

ତ୍ୱରାନ୍ୱିତ କରିବା।

ବର୍ତ୍ତମାନ ଅନେକ ପ୍ରମୁଖ

ମନ୍ତ୍ରଣାଳୟ 1950 ଓ 1970 ଦଶକ ମଧ୍ୟରେ ନିର୍ମିତ ପୁରୁଣା ଭବନ —

ଯେପରିକି ଶାସ୍ତ୍ରୀ ଭବନ,

କୃଷି ଭବନ, ଉଦ୍ୟୋଗ ଭବନ ଓ ନିର୍ମାଣ ଭବନରୁ କାର୍ଯ୍ୟ କରୁଛନ୍ତି, ଯାହା ବର୍ତ୍ତମାନ ସଂରଚନାତ୍ମକ ଭାବେ ଦୁର୍ବଳ ଓ ଅପ୍ରଭାବୀ ହୋଇଛି। କର୍ତ୍ତବ୍ୟ ଭବନ ପରି

ଆଧୁନିକ ସୁବିଧାଯୁକ୍ତ ଭବନଗୁଡ଼ିକ ସମସ୍ତ ମନ୍ତ୍ରଣାଳୟକୁ ଗୋଟିଏ କ୍ଷେତ୍ରରେ ଏକତ୍ର କରି,

କାର୍ଯ୍ୟକୁ ଅଧିକ ସମ୍ପାଦନକ୍ଷମ,

ପାରଦର୍ଶୀ ଓ ଦାୟିତ୍ୱପୂର୍ଣ୍ଣ କରିବ। ଏଥିରେ ଗୃହ ମନ୍ତ୍ରଣାଳୟ, ବିଦେଶ ମନ୍ତ୍ରଣାଳୟ, ଗ୍ରାମୀଣ ବିକାଶ

ମନ୍ତ୍ରଣାଳୟ, ଏମ୍‌ଏସ୍‌ଏମ୍‌ଇ

ମନ୍ତ୍ରଣାଳୟ, କାର୍ଯ୍ୟାଳୟ ଓ

ପ୍ରଶିକ୍ଷଣ ବିଭାଗ, ପେଟ୍ରୋଲିୟମ ଓ

ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ, ଏବଂ ପ୍ରଧାନ ବୈଜ୍ଞାନିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande