ଭୁବନେଶ୍ୱର-ଜୁନାଗଡ଼ ରୋଡ୍ ସୁପର ଫାଷ୍ଟ ଏକ୍ସପ୍ରେସ ଏଲଏଚବି ସହ ଚଳାଚଳ କରିବ
ଭୁବନେଶ୍ୱର,୦୬ ଅଗଷ୍ଟ (ହି.ସ.)- ୨୦୮୩୭/୨୦୮୩୮ ଭୁବନେଶ୍ୱର-ଜୁନାଗଡ଼ ରୋଡ୍ -ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସର ଗୋଟିଏ ରେକ୍ କୁ ଆଧୁନିକ ଲିଙ୍କେ ହଫମ୍ୟାନ୍ ବୁଶ୍ (ଏଲଏଚବି) କୋଚ୍ ସହିତ ଚଳାଚଳ କରାଯିବ ପାଇଁ ରୂପାନ୍ତରିତ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା, ନିରାପତା ଏବଂ ଆରାମ ପ୍ରଦା
ଭୁବନେଶ୍ୱର-ଜୁନାଗଡ଼ ରୋଡ୍ ସୁପର ଫାଷ୍ଟ ଏକ୍ସପ୍ରେସ ଏଲଏଚବି ସହ ଚଳାଚଳ କରିବ


ଭୁବନେଶ୍ୱର,୦୬ ଅଗଷ୍ଟ (ହି.ସ.)- ୨୦୮୩୭/୨୦୮୩୮ ଭୁବନେଶ୍ୱର-ଜୁନାଗଡ଼ ରୋଡ୍ -ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସର ଗୋଟିଏ ରେକ୍ କୁ ଆଧୁନିକ ଲିଙ୍କେ ହଫମ୍ୟାନ୍ ବୁଶ୍ (ଏଲଏଚବି) କୋଚ୍ ସହିତ ଚଳାଚଳ କରାଯିବ ପାଇଁ ରୂପାନ୍ତରିତ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା, ନିରାପତା ଏବଂ ଆରାମ ପ୍ରଦାନ କରିଥାଏ।

୨୦୮୩୭/୨୦୮୩୮ ଭୁବନେଶ୍ୱର-ଜୁନାଗଡ଼ ରୋଡ୍ -ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସର ପ୍ରଥମ ରେକ୍ ଏଲଏଚବି କୋଚ୍ ସହିତ ଭୁବନେଶ୍ୱରରୁ ଅଗଷ୍ଟ ୦୮, ୨୦୨୫ ରେ ଏବଂ ଜୁନାଗଡ଼ ରୋଡ୍ ଠାରୁ ଅଗଷ୍ଟ ୦୯, ୨୦୨୫ ରେ ଚଳାଚଳ କରିବ । ବର୍ତମାନ ଏହି ଟ୍ରେନଟି ପାରମ୍ପରିକ ଆଇସିଏଫ୍ କୋଚ୍ ସହିତ ଚଳାଚଳ କରୁଛି । ଏଲଏଚବି ରେକ୍ ସହିତ ଅପଗ୍ରେଡ୍ ଟ୍ରେନ୍ କମ୍ପୋଜିସନ୍ ରେ ଦ୍ୱିତୀୟ ଏସି - ୦୨ ଟି କୋଚ୍‌, ତୃତୀୟ ଏସି - ୦୪ ଟି କୋଚ୍‌, ସ୍ଲିପର୍ କ୍ଲାସ - ୦୫ ଟି କୋଚ୍‌, ଦ୍ୱିତୀୟ ଶ୍ରେଣୀ ସିଟିଂ - ୪ ଟି କୋଚ୍‌, ଗାର୍ଡ କମ୍ ପାୱାର କାର୍ - ୧ ଏବଂ ୧ ଗାର୍ଡ କମ୍ ଦ୍ୱିତୀୟ ଶ୍ରେଣୀ କୋଚ୍ ଦିବ୍ୟାଙ୍ଗଜନ ଯାତ୍ରୀଙ୍କ ପାଇଁ ରହିବ। ଏଲଏଚବି କୋଚ୍ ପ୍ରଚଳନ ଏହି ଗୁରୁତ୍ୱପୂର୍ଣ୍ଣ ରୁଟରେ ଯାତ୍ରୀଙ୍କ ସୁବିଧା ଏବଂ କାର୍ଯ୍ୟକ୍ଷମତାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଓଡ଼ିଶାର ଉପକୂଳବର୍ତୀ ଏବଂ ଆଦିବାସୀ ଅଂଚଳ ଏବଂ ଆନ୍ଧ୍ରପ୍ରଦେଶର ପ୍ରମୁଖ ସହରଗୁଡ଼ିକୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସହିତ ସଂଯୋଗ କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande