ନୂଆଦିଲ୍ଲୀ, 6 ଅଗଷ୍ଟ (ହି.ସ.)- ଭାରତୀୟ ରିଜର୍ଭ
ବ୍ୟାଙ୍କ ବୁଧବାର ଦିନ ପ୍ରମୁଖ ନୀତିଗତ ସୁଧ ହାର ଘୋଷଣା କରିଛି। ମୁଦ୍ରା ନୀତି କମିଟିର ତିନି
ଦିନିଆ ବୈଠକ ପରେ, ଆରବିଆଇ ଗଭର୍ନର
ସଂଜୟ ମଲହୋତ୍ରା ମୁମ୍ବାଇରେ ଆଜି କହିଛନ୍ତି ଯେ, ଏଥର ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ତିନିଟି ଲଗାତାର ବୈଠକରେ କେନ୍ଦ୍ରୀୟ
ବ୍ୟାଙ୍କ ରେପୋ ରେଟ କମାଇଥିଲା ଏବଂ ଏହା ବର୍ତ୍ତମାନ 5.50 ପ୍ରତିଶତରେ ଅପରିବର୍ତ୍ତିତ ଅଛି। ଏହା
ପୂର୍ବରୁ, ଜୁନ ମାସର ମନିଟାରୀ
ପଲିସିରେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟରେ 50 ବେସିସ୍ ପଏଣ୍ଟ ଏବଂ ଏପ୍ରିଲ ପଲିସିରେ 25
ବେସିସ୍ ପଏଣ୍ଟ ହ୍ରାସ କରିଥିଲା।
ରେପୋ ରେଟ୍ରେ ହ୍ରାସ
କରାଯାଇନଥିବାରୁ ଘର ଋଣ ନେଇଥିବା ବର୍ତ୍ତମାନ ଗ୍ରାହକଙ୍କ ସହିତ ସେମାନେ ମଧ୍ୟ ନିରାଶ ହୋଇଛନ୍ତି,
ଯେଉଁମାନେ ଘର କିଣିବା ପାଇଁ ହୋମ୍ ଲୋନ୍ କିମ୍ବା
ଗାଡ଼ି କିଣିବା ପାଇଁ ରେପୋ ରେଟ୍ କମିବାର ଅପେକ୍ଷା କରୁଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା