ଉତରାଖଣ୍ଡ ଭଳି ପରିସ୍ଥିତି ଓଡ଼ିଶାରେ ନାହିଁ - ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର,୦୬ ଅଗଷ୍ଟ (ହି.ସ.)- ଉତରାଖଣ୍ଡରେ ହୋଇଥିବା ଭୂସ୍ଖଳନ ଉପରେ ଓଡ଼ିଶାର ପ୍ରସ୍ତୁତି ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ଉତରାଖଣ୍ଡ ଅଂଚଳରେ ଭୂସ୍ଖଳନ ବାରମ୍ବାର ହେଉଛି । କିନ୍ତୁ ଉତରାଖଣ୍ଡ ଭଳି ପରିସ୍ଥିତି ଓଡ଼ିଶାରେ ନାହିଁ । ତଥାପି ଓଡ଼ିଶାରେ ଥ
ଉତରାଖଣ୍ଡ ଭଳି ପରିସ୍ଥିତି ଓଡ଼ିଶାରେ ନାହିଁ - ରାଜସ୍ୱ ମନ୍ତ୍ରୀ


ଭୁବନେଶ୍ୱର,୦୬ ଅଗଷ୍ଟ (ହି.ସ.)- ଉତରାଖଣ୍ଡରେ ହୋଇଥିବା ଭୂସ୍ଖଳନ ଉପରେ ଓଡ଼ିଶାର ପ୍ରସ୍ତୁତି ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ଉତରାଖଣ୍ଡ ଅଂଚଳରେ ଭୂସ୍ଖଳନ ବାରମ୍ବାର ହେଉଛି । କିନ୍ତୁ ଉତରାଖଣ୍ଡ ଭଳି ପରିସ୍ଥିତି ଓଡ଼ିଶାରେ ନାହିଁ । ତଥାପି ଓଡ଼ିଶାରେ ଥିବା ପାର୍ବତ୍ୟ ଅଂଚଳରେ କେମିତି ଭୂସ୍ଖଳନ ହେବ ନାହିଁ, ଲୋକ ପ୍ରଭାବିତ ହେବେ ନାହିଁ ସେଥିପାଇଁ ସରକାର ସତର୍କ ଅଛନ୍ତି । କିନ୍ତୁ ଏହା ଉପରେ ଅଧିକ ଅଧ୍ୟୟନ ହେବାର ଆବଶ୍ୟକ ଅଛି। ଏହାସହ ଭୂସ୍ଖଳନ ହେଲେ ଲୋକ କେମିତି ପ୍ରଭାବିତ ହେବେ ନାହିଁ ସେଥିପାଇଁ ସରକାର ରୋଡ଼ ମ୍ୟାପ ପ୍ରସ୍ତୁତ କରୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande