ୱାଶିଂଟନ, 6 ଅଗଷ୍ଟ (ହି.ସ.)
- ଯୁକ୍ତରାଷ୍ଟ୍ରରେ
ଆମେରିକାର ପୂର୍ବତନ ରାଜଦୂତ ନିକି ହେଲି ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କୁ ଭାରତ ସହ ସଂପର୍କ
ଖରାପ ନକରିବାକୁ ପରାମର୍ଶ ଦେଇଛନ୍ତି। ପୂର୍ବତନ ରାଜଦୂତ ହେଲି କହିଛନ୍ତି ଯେ,
ଭାରତୀୟ ସାମଗ୍ରୀ ଉପରେ ଅତ୍ୟଧିକ ଟ୍ୟାରିଫ୍ ଲାଗୁ କଲେ
ଭାରତ-ଆମେରିକା ସମ୍ପର୍କରେ ଫାଟ ଆସିପାରେ।
ଏହା ପୂର୍ବରୁ ମଙ୍ଗଳବାର
ଟ୍ରମ୍ପ ଏକଥା ପୁନରାବୃତ୍ତି କରିଥିଲେ ଯେ ସେ ଆଗାମୀ 24 ଘଣ୍ଟା ମଧ୍ୟରେ ଭାରତ ଉପରେ ଟ୍ୟାରିଫ୍
ବଢ଼ାଇବେ। ହେଲେ ଟ୍ରମ୍ପ କହିଛନ୍ତି ଯେ, ତାଙ୍କୁ ଏହି ବିଷୟରେ କୌଣସି ତଥ୍ୟ ଜଣା ନଥିଲା ଯେ ଭାରତ କହିଛି ଯେ ଆମେରିକା ଓ ୟୁରୋପିୟ
ସଂଘ ଏପର୍ଯ୍ୟନ୍ତ ମଧ୍ୟ ରୁଷ ସହ ବ୍ୟାପାର କରୁଛନ୍ତି।
ଟ୍ୟାରିଫ୍କୁ ନେଇ
ଭାରତ-ଆମେରିକା ମଧ୍ୟରେ ବଢ଼ୁଥିବା ବିବାଦ ପ୍ରସଙ୍ଗରେ ଭାରତୀୟ ବଂଶୋଦ୍ଭବର ପୂର୍ବତନ ଆମେରିକୀୟ
ରାଜଦୂତ ନିକି ହେଲି ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି
ଯେ, ଏହି ବିବାଦରେ ଦୁଇ ଦେଶ
ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଥିବା ମିତ୍ରତାରେ ଫାଟ ଆସିପାରେ। ନିକି ହେଲି ଟ୍ରମ୍ପଙ୍କ ଉପରେ ଦୋମୁହାଁ
ନୀତି ଆପଣାଇବାର ଅଭିଯୋଗ ଆଣିଛନ୍ତି ଓ ତାଙ୍କର ଏକ୍ସ ପୋଷ୍ଟରେ ଲେଖିଛନ୍ତି – ଭାରତ ରୁଷ ଠାରୁ ତେଲ କିଣିବା ଉଚିତ୍ ନୁହେଁ,
କିନ୍ତୁ ରୁଷ ଓ ଇରାନର ସବୁଠାରୁ ବଡ଼ ତେଲ କ୍ରେତା
ଚୀନକୁ ୯୦ ଦିନର ଟ୍ୟାରିଫ୍ ରିହାତି ମିଳିଛି । ଭାରତ ପରି ଏକ ଶକ୍ତିଶାଳୀ ସହଯୋଗୀ ସହ ବନ୍ଧୁତ୍ୱ ବିଗାଡ଼ି ଚୀନକୁ ଏମିତି ରିହାତି ନଦିଅନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା