ଧର୍ମଶାଳା,୬ଅଗଷ୍ଟ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅନ୍ତର୍ଗତ ସାପ୍ତାହିକ ହାଟ ନିକଟରେ ତିନି ଜଣ ଯୁବକଙ୍କ ଆକ୍ରମଣରେ ଜଣେ ଦିବ୍ୟାଙ୍ଗ ଯୁବକ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାରେ ପୋଲିସ ତଦନ୍ତ କରି ବନ୍ଧଡିହ ଗ୍ରାମର ୨ ଜଣ ନାବାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏହି ୨ ଜଣ ନାବାଳକ ବନ୍ଧଡିହ ପଂଚାୟତ ଅଲାଡି ଗ୍ରାମର ବୋଲି ଜଣାପଡିଛି । ଜଣାପଡିଛି ।
ସୂଚନା ଥାଉ କି, ଅରିବାର ସନ୍ଧ୍ୟାରେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅରେଇକଣା (ରାୟସାହି) ଗ୍ରାମର ସର୍ବେଶ୍ୱର ସାମଲଙ୍କ ଦାଦା ପୁଅ ଶ୍ରୀଧର ସାମଲ(୨୭) ବ୍ରହ୍ମବରଦା ସାପ୍ତାହିକ ହାଟ ନିକଟସ୍ଥ ଏକ କେକ ଦୋକାନକୁ ଆସିଥିଲେ । ସେଠାରେ ସେ ଥଣ୍ଡା ପାନୀୟ ପିଇବା ସମୟରେ ବ୍ରହ୍ମବରଦା ଥାନା ଅନ୍ତର୍ଗତ ବନ୍ଧଡିହ ପଂଚାୟତ ଅଲାଡି ଗ୍ରାମର ୩ ଜଣ ନାବାଳକ ଧୂମପାନ କରିବା ସମୟରେ ସେଠାରେ ଉପସ୍ଥିତ ଥିବା ଶ୍ରୀଧରଙ୍କ ପାଖକୁ ଆସି ପ୍ରଥମେ ଅଶ୍ଲିଳ ଭାଷାରେ ଗଳିଗୁଳଜ କରିଥିଲେ । ଏହାକୁ ଶ୍ରୀଧର ପ୍ରତିବାଦ କରିବାରୁ ସେମାନେ ସଂଘବଦ୍ଧ ଭାବେ ମାଡ ମାରି ଲହୁଲୁହାଣ କରି ଦେଇ ଥିଲେ । ଶ୍ରୀଧର ଚିତ୍କାର କରିବାରୁ ସ୍ଥାନୀୟ ଲେକେ ତାଙ୍କୁ ଉଦ୍ଧାର କରିବା ସହ ତିନି ଜଣଙ୍କୁ ଥାନାରେ ଜିମା ଦେଇଥିଲେ । ସର୍ବେଶ୍ୱର ସ୍ଥାନୀୟ ଲୋକଙ୍କ ସହ ଘଟଣା ସମ୍ପର୍କରେ ଅବଗତ ହେବା ପରେ ୪ ଜଣଙ୍କ ନାମରେ ଏତଲା ଦେଇଥିଲେ । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ୨ଜଣ ନାବାଳକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଏଏସ୍ଆଇ ଅଚ୍ୟୁତାନନ୍ଦ ଦାସ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ