ଉତରକାଶୀ ଘଟଣାକୁ ନେଇ ପିଏମ ମୋଦିଙ୍କୁ ସାକ୍ଷାତ କଲେ ଉତରାଖଣ୍ଡ ସାଂସଦ
ନୂଆଦିଲ୍ଲୀ, 6 ଅଗଷ୍ଟ (ହି.ସ.)- ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରୋଳୀରେ ଘଟିଥିବା ଭୟାନକ ପ୍ରାକୃତିକ ବିପର୍ଯ୍ୟୟ ସନ୍ଦର୍ଭରେ, ବୁଧବାର ଦିନ ରାଜ୍ୟର ବିଜେପି ସାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ବିଜେପି ସାଂସଦ ଅନିଲ ବଲୁନୀ ତା
ଉତରକାଶୀ ଘଟଣାକୁ ନେଇ ପିଏମ     ମୋଦିଙ୍କୁ ସାକ୍ଷାତ କଲେ ଉତରାଖଣ୍ଡ ସାଂସଦ


ନୂଆଦିଲ୍ଲୀ, 6 ଅଗଷ୍ଟ (ହି.ସ.)- ଉତ୍ତରାଖଣ୍ଡର

ଉତ୍ତରକାଶୀ ଜିଲ୍ଲାର ଧରୋଳୀରେ ଘଟିଥିବା ଭୟାନକ ପ୍ରାକୃତିକ ବିପର୍ଯ୍ୟୟ ସନ୍ଦର୍ଭରେ,

ବୁଧବାର ଦିନ ରାଜ୍ୟର ବିଜେପି ସାଂସଦମାନେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ।

ବିଜେପି ସାଂସଦ ଅନିଲ ବଲୁନୀ

ତାଙ୍କ ଏକ୍ସପୋଷ୍ଟରେ କହିଛନ୍ତି ଯେ,

ଧରୋଳୀରେ ଘଟିଥିବା ଏହି ଭୟାନକ ପ୍ରାକୃତିକ ବିପର୍ଯ୍ୟୟ

ସନ୍ଦର୍ଭରେ ସେ ତାଙ୍କ ସହଯୋଗୀ ସାଂସଦ ମହାରାଣୀ ମାଳା ରାଜ୍ୟଲକ୍ଷ୍ମୀ ଶାହ,

ତ୍ରିବେନ୍ଦ୍ର ସିଂହ ରାୱତ ଓ ଅଜୟ ଭଟ୍ଟ ସହିତ ପ୍ରଧାନମନ୍ତ୍ରୀଙ୍କୁ

ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି

ଉତ୍ତରକାଶୀର ଏହି ଭୟାବହ ବିପଦ ପରିସ୍ଥିତିକୁ ନେଇ ବହୁତ ଦୁଃଖିତ ଓ ଅତ୍ୟନ୍ତ ବିୟୋଗାନ୍ୱିତ ଅଛନ୍ତି। ସେ ନିଜେ ରେସକ୍ୟୁ ଓ ଉଦ୍ଧାର

କାର୍ଯ୍ୟର ନିରନ୍ତର ସମୀକ୍ଷା କରୁଛନ୍ତି।

ସାଂସଦ ବଲୁନୀ କହିଛନ୍ତି ଯେ,

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଏଜେନ୍ସିମାନେ ରିଲିଫ,

ଉଦ୍ଧାର ଓ ପୁନଃବାସ କାର୍ଯ୍ୟରେ ପୂର୍ଣ୍ଣ ତତ୍ପରତାରେ

ଲାଗିଛନ୍ତି। ସେ କହିଛନ୍ତି, ଧରୋଳୀ ଓ ଅନ୍ୟ ବିପଦ ପ୍ରଭାବିତ ଅଞ୍ଚଳରେ ପୀଡିତ ଲୋକମାନଙ୍କ ସହିତ

କେନ୍ଦ୍ର ସରକାର ରହିଛି । ସେ ଏହା ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାର ଉତ୍ତରାଖଣ୍ଡକୁ ଏହି ବିପର୍ଯ୍ୟୟ ସହ ମୁକାବିଲା ଓ ଏଥିରୁ ପୁନଃ ସ୍ଥିରତା

ଆଣିବା ପାଇଁ ସମ୍ଭବ ସମସ୍ତ ସାହାଯ୍ୟ ପ୍ରଦାନ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ସମସ୍ତ

ସଂସଦଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ନିଜ ଲୋକସଭା କ୍ଷେତ୍ରର ଅତିବୃଷ୍ଟି ଓ ଭୂସ୍ଖଳନ

ପ୍ରଭାବିତ ଅଞ୍ଚଳରେ ଥିବା ଲୋକମାନଙ୍କ ସହିତ ସଂପର୍କ ରଖନ୍ତୁ ଓ ସେମାନଙ୍କୁ ଯଥା ସମ୍ଭବ ସମସ୍ତ

ସାହାଯ୍ୟ ପ୍ରଦାନ କରିବା ପାଇଁ ପ୍ରୟାସ କରନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande