ଭୁବନେଶ୍ୱର, 6 ଅଗଷ୍ଟ (ହି.ସ.)- ଭିଜିଲାନ୍ସ
ଜାଲରେ ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର । ସମ୍ବଲପୁର ଷ୍ଟେଟ ଡ୍ରଗ୍ସ ଟେଷ୍ଟିଙ୍ଗ ଲାବରୋଟୋରିର
ପ୍ରିନ୍ସିପାଲ ସାଇଣ୍ଟିଫିକ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ସମ୍ବଲପୁର ଷ୍ଟେଟ ଡ୍ରଗ୍ସ
ଟେଷ୍ଟିଂ ଲାବ୍ରୋଟୋରିର ପ୍ରିନ୍ସିପାଲ ସାଇଣ୍ଟିଫିକ ଅଫିସରଙ୍କ ଏକକାଳୀନ 7ଟି ସ୍ଥାନରେ ରେଡ୍
ମାରିଛି ଭିଜିଲାନ୍ସ । ନୟାପଲି ବେହେରା ସାହି ମେଟ୍ରୋ ସିଟିରେ ଥିବା ଫ୍ଲାଟ, ନୟାପଲି ମେଟ୍ରୋ
ସିଟିରେ ଥିବା ଆଉ ଏକ ଫ୍ଲାଟ, ଭୁବନେଶ୍ୱର ଏସପ୍ଲାନେଡ଼ରେ
ରହିଛି ଜାଗା, ଭୁବନେଶ୍ୱର ବଳଭଦ୍ରପୁରରେ ଫ୍ଲାଟ, ସମ୍ବଲପୁରରେ ଭଡାଘର, ବ୍ରହ୍ମପୁରରେ ପୈତୃକ ଘର ସମେତ ସମ୍ବଲପୁର ଅଫିସରେ ରେଡ କରୁଛି
ଭିଜିଲାନ୍ସ । ରେଡରେ ସାମିଲ ଅଛନ୍ତି 4ଜଣ ଡ଼ିଏସପି, 10ଜଣ ଇନ୍ସପେକ୍ଟର, 4ଜଣ ଏଏସଆଇ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା