ଖୁବ୍‌ଶୀଘ୍ର ୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ସୀମା ପରିବର୍ତ୍ତନ
ଭୁବନେଶ୍ୱର, 6 ଅଗଷ୍ଟ (ହି.ସ.)- ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ୍‌ଶୀଘ୍ର ୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ସୀମା ପରିବର୍ତ୍ତନ କରାଯିବ। ନୂତନ ରାଜସ୍ବ ଗ୍ରାମର ସୀମା ଯେଭଳି ପୁରୁଣା ଗ୍ରାମ ସହ ସଂଶ୍ଳିଷ୍ଟ ନ ରହିବ, ସେନେଇ ରାଜସ୍ବ ବିଭାଗ ପକ୍ଷରୁ ଏକ ଏସଓପିଜାରି କରାଯାଇଛି
ଖୁବ୍‌ଶୀଘ୍ର ୧୬୩୫ଟି ନୂତନ     ରାଜସ୍ୱ ଗ୍ରାମର ସୀମା ପରିବର୍ତ୍ତନ


ଭୁବନେଶ୍ୱର, 6 ଅଗଷ୍ଟ (ହି.ସ.)- ରାଜ୍ୟ

ସରକାରଙ୍କ ପକ୍ଷରୁ ଖୁବ୍‌ଶୀଘ୍ର ୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ସୀମା ପରିବର୍ତ୍ତନ କରାଯିବ। ନୂତନ

ରାଜସ୍ବ ଗ୍ରାମର ସୀମା ଯେଭଳି ପୁରୁଣା ଗ୍ରାମ ସହ ସଂଶ୍ଳିଷ୍ଟ ନ ରହିବ, ସେନେଇ ରାଜସ୍ବ

ବିଭାଗ ପକ୍ଷରୁ ଏକ ଏସଓପିଜାରି କରାଯାଇଛି ।

ବିଭାଗର ଏସଓପି ଅନୁଯାୟୀ, ତୁରନ୍ତ ନୂତନ

ରାଜସ୍ବ ଗ୍ରାମଗୁଡ଼ିକର ନକ୍ସା ପରିବର୍ତ୍ତନ କରିବାକୁ ରାଜ୍ୟ ଭୂ- ରେକର୍ଡ ଓ ସର୍ଭେ ଓ ସର୍ଭେ

ନିର୍ଦ୍ଦେଶକଙ୍କ ସହ ସମସ୍ତ ଜିଲାପାଳ ଏବଂ ଆର୍‌ଡିସିଙ୍କୁ ରାଜସ୍ବ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ବ ବିଭାଗ

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠିରେ ଲେଖିଛନ୍ତି ଦୀର୍ଘଦିନ ଧରି ନୂତନ ରାଜସ୍ବ ଗ୍ରାମ ଓ ଏହାର

ସୀମା ପୁନଃ ନିର୍ଦ୍ଧାରଣ ଲାଗି ଦାବିହୋଇ ଆସୁଥିଲା । ଏହାକୁ ନେଇ ଜିଲାପାଳ, ବନ୍ଦୋବସ୍ତ

ଅଧିକାରୀଙ୍କ ପକ୍ଷରୁ ଆସିଥିବା ସୁପାରିସ୍‌କୁ ଆଧାରକରି ସରକାରଙ୍କ ପକ୍ଷରୁ ୧୬୩୫ଟି ରାଜସ୍ବ

ଗ୍ରାମକୁ ଅନୁମୋଦନ ପ୍ରଦାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଜିଲାରେ ୧୬୩୫ଟି ରାଜସ୍ୱ

ଗ୍ରାମ ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ ମିଳିଛି । ରାଜସ୍ୱଗ୍ରାମ ବିଭାଜନ ଦ୍ବାରା

ଦୁଇଟି ଅଲଗା ଗ୍ରାମ ପାଇଁ ନୂତନ ଭୂ-ରେକର୍ଡ ପ୍ରସ୍ତୁତ ହେବା ଉଚିତ୍,

ଯେଉଁଥିରେ ପ୍ରତ୍ୟେକ ରାଜସ୍ବ ଗ୍ରାମ ନୂତନ ଖାତା ଓ

ପ୍ଲଟ୍ ତଥ୍ୟ ରହିବା ଜରୁରୀ । ନୂତନ ରାଜସ୍ବ ଗ୍ରାମ ସୀମା ପୁନଃ ନିର୍ଦ୍ଧାରଣ ବେଳେ ଯେପରି

ପୁରୁଣା ରାଜସ୍ୱ ଗ୍ରାମର ରେକର୍ଡ ମିଶି ନ ଯାଏ ସେଥି ପ୍ରତି ଦୃଷ୍ଟି ଦେବାକୁ ଏସିଏସ୍

ନିର୍ଦ୍ଦେଶ ଦେଇଛନ୍ତି ।

ଏନେଇ ରାଜସ୍ୱ ମନ୍ତ୍ରୀ

ସୁରେଶ ପୂଜାରୀ କହିଛନ୍ତି ଯେ, ରାଜ୍ୟରେ 1991ରୁ

2024 ପର୍ଯ୍ୟନ୍ତ 34 ବର୍ଷ ଭିତରେ ମାତ୍ର 1 ହଜାର ଗାଁକୁ ରାଜସ୍ବ ଗାଁ ଭାବେ ଘୋଷିତ ହୋଇଥିଲା ।

ହେଲେ ପୂର୍ବତନ ସରକାର ସେଥିରୁ ମାତ୍ର 300 ଗାଁର ମ୍ୟାପ ପ୍ରସ୍ତୁତ ହୋଇଥିଲା । କିନ୍ତୁ ବାକି

700 ଗାଁର ମ୍ୟାପ କରିପାରିଲେ ନାହିଁ ପୂର୍ବ ସରକାର । ତେଣୁ ମ୍ୟାପ ହୋଇନଥିବା ବାକି ଗାଁ ଏବଂ

ନୂଆ ଗାଁ ମିଶାଇ 1635 ରାଜସ୍ୱ ଗାଁ ଗୁଡ଼ିକର ମ୍ୟାପ କରିବା ପାଇଁ ଯାଉଛନ୍ତି ସରକାର ।

ସେଥିପାଇଁ ପ୍ରତି ତହସିଲରେ ହେବ ଗୋଟିଏ ଲେଖାଏଁ ସ୍ଵତନ୍ତ୍ର ସେଲ । ଏହାସହ ନିର୍ଦ୍ଦିଷ୍ଟ ସମୟ

ସୀମା ଭିତରେ ଏହି ଗାଁ ଗୁଡିକ ମାନ୍ୟତା ପାଇବା ସହ କାର୍ଯ୍ୟକାରୀ ହେବ । 34 ବର୍ଷ ଭିତରେ

ପୂର୍ବତନ ସରକାର ମାନେ ଯାହା କରିପାରିଲେ ନାହିଁ, ବିଜେପି ସରକାର ଏବେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ରାଜସ୍ବ

ଗାଁ ହେଲା ପରେ ସ୍ଵତନ୍ତ୍ର ମ୍ୟାପ ହେବ । ମୂଳ ଗାଁରେ ଥିବା ଲୋକଙ୍କ ଖାତା ନମ୍ବର ପ୍ଲଟ ନମ୍ବର

ମଧ୍ୟ ପରିବର୍ତ୍ତନ ହୋଇ ନୂଆ ହେବ । ଭୂଲେଖରେ ମଧ୍ୟ ଗାଁର ନାମ ସ୍ଥାନ ପାଇବ । 250ରୁ ଅଧିକ

ଜନସଂଖ୍ୟା ଏବଂ ମୂଳ ରାଜସ୍ୱ ଗାଁକୁ 500 ମିଟର ଦୂରତା ଥିବା ପଡ଼ା ଗାଁ ଗୁଡ଼ିକୁ କରାଯିବ

ରାଜସ୍ୱ ଗ୍ରାମ । ଅନ୍ୟ ସବୁ କଟକଣା ଉଠାଇ ଦେଇଛନ୍ତି ବିଜେପି ସରକାର ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande