ନିଖୋଜ ଯୁବକଙ୍କ ମୃତଦେହ ମାଟିତଳୁ ଉଦ୍ଧାର, ଅଭିଯୁକ୍ତ ଅଟକ
ଗଞ୍ଜାମ, ୧୨ ଅକ୍ଟୋବର (ହି.ସ.)- ୬ ଦିନ ଧରି ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଆଜି ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ
ନିଖୋଜ ଯୁବକଙ୍କ ମୃତଦେହ ମାଟିତଳୁ ଉଦ୍ଧାର, ଅଭିଯୁକ୍ତ ଅଟକ


ଗଞ୍ଜାମ, ୧୨ ଅକ୍ଟୋବର (ହି.ସ.)- ୬ ଦିନ ଧରି ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଆଜି ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ମଳିଙ୍ଗି ଗ୍ରାମରେ ମାଟିତଳୁ ଉଦ୍ଧାର ହୋଇଛି । ଜଗନ୍ନାଥପ୍ରସାଦ ଥାନା ପୋଲିସ ମୃତକଙ୍କ ଶବ ଜବତ କରିବା ସହିତ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ଉପଖଣ୍ଡ ଡ଼ାକ୍ତରଖାନାକୁ ପଠାଇଛି । ମୃତ ଯୁବକଙ୍କ ନାମ ମାଧବ ନାୟକ ଏବଂ ଘର ସେହି ଥାନା ଅନ୍ତର୍ଗତ ସକୁମ ଗ୍ରାମରେ ବୋଲି ଜଣାପଡିଛି । ମାଧବଙ୍କୁ ତାଙ୍କ ସାଙ୍ଗ ଘରୁ ଡାକି ନେଇ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ତାଙ୍କ ଶବକୁ ମାଟିତଳେ ପୋତି ଦେଇଥିବା ପୋଲିସ ଜାଣିବାକୁ ପାଇଛି । ଘଟଣାରେ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚୁରା ଚଳାଇଛି ପୋଲିସ ।

ହିନ୍ଦୁସ୍ଥାନ ସମାଚାର/ହୃଷିକେଶ/ପ୍ରଦୀପ୍ତ


 rajesh pande