ନିଖୋଜ ଯୁବକଙ୍କ ମୃତଦେହ ମାଟିତଳୁ ଉଦ୍ଧାର, ହତ୍ୟା ସନ୍ଦେହ
ଗଞ୍ଜାମ, ୧୨ ଅକ୍ଟୋବର (ହି.ସ.)- ୬ ଦିନ ଧରି ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଆଜି ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ
ନିଖୋଜ ଯୁବକଙ୍କ ମୃତଦେହ ମାଟିତଳୁ ଉଦ୍ଧାର, ହତ୍ୟା ସନ୍ଦେହ


ଗଞ୍ଜାମ, ୧୨ ଅକ୍ଟୋବର (ହି.ସ.)- ୬ ଦିନ ଧରି ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଆଜି ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ମଳିଙ୍ଗି ଗ୍ରାମରେ ମାଟିତଳୁ ଉଦ୍ଧାର ହୋଇଛି । ଜଗନ୍ନାଥପ୍ରସାଦ ଥାନା ପୋଲିସ ମୃତକଙ୍କ ଶବ ଜବତ କରିବା ସହିତ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ଉପଖଣ୍ଡ ଡ଼ାକ୍ତରଖାନାକୁ ପଠାଇଛି । ଯୁବକଙ୍କୁ କେହି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ତାଙ୍କ ଶବକୁ ମାଟିତଳେ ପୋତି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାରେ ଜଣକୁ ଅଟକ ରଖି ପଚରା ଉଚୁରା ଚଳାଇଛି ପୋଲିସ ।

ହିନ୍ଦୁସ୍ଥାନ ସମାଚାର/ହୃଷିକେଶ\ପ୍ରଦୀପ୍ତ


 rajesh pande