ଏ ବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୫ ଅକ୍ଟୋବର (ହି.ସ)- କୋଭିଡ଼ ସକ୍ରମଣ କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା କା
ଏ ବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, ୧୫ ଅକ୍ଟୋବର (ହି.ସ)- କୋଭିଡ଼ ସକ୍ରମଣ କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ବାସୀ ଙ୍କ ଭଲ ପାଇବା ,ଶୁଭେଚ୍ଛା ଓ ଆଶୀର୍ବାଦ ନିମନ୍ତେ ସେ ସବୁବେଳେ ଋଣୀ । କୋଭିଡ଼ ଯୋଗୁଁ ଗତ ଦେଢ ବର୍ଷ ହେଲା ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ ।

ତେଣୁ ଆଗାମୀ କାଲି ନବୀନ ନିବାସ ନ ଆସି କୋଭିଡ଼ ରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାର କୁ ସାହାଯ୍ୟ କରିବା ଏବଂ,ରକ୍ତ ଦାନ ଭଳି ମହତ୍ କାର୍ଯରେ ସମସ୍ତେ ସାମିଲ ହେଲେ ତାହା ତାଙ୍କ ପାଇଁ ସବୁଠାରୁ ବଡ ଶୁଭେଚ୍ଛା ହେବ ବୋଲି ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର /


 rajesh pande