ଡେଟୋନେଟର ଫାଟିଯିବାରୁ ୪ ସିଆରପିଏଫ୍ ଜବାନ ଆହତ
ରାୟପୁର ୧୬ ( ହି.ସ. )- ରାଜଧାନୀ ରାୟପୁର ରେଳ ଷ୍ଟେସନରେ ଆଜି ସକାଳେ ଡେଟୋନେଟର ଫାଟିଯିବା କାରଣରୁ ସିଆରପିଏଫ୍ର ୪ ଜ
ଡେଟୋନେଟର ଫାଟିଯିବାରୁ ୪ ସିଆରପିଏଫ୍ ଜବାନ ଆହତ


ରାୟପୁର ୧୬ ( ହି.ସ. )- ରାଜଧାନୀ ରାୟପୁର ରେଳ ଷ୍ଟେସନରେ ଆଜି ସକାଳେ ଡେଟୋନେଟର ଫାଟିଯିବା କାରଣରୁ ସିଆରପିଏଫ୍ର ୪ ଜବାନ ଆହତ ହୋଇଛନ୍ତି । ଭୋର ୬ଟା ସମୟରେ ଷ୍ଟେସନରେ ଏକ ବଡ ଶବ୍ଦ ଶୁଣାଯାଇଥିଲା । ଜବାନମାନେ ଡେଟୋନେଟରକୁ ଗୋଟିଏ ବଗିରୁ ଆଉ ଗୋଟିଏ ବଗିକୁ ନେଇ ଯାଉଥିବା ବେଳେ ଏହା ଫାଟିଯାଇଥିଲା । ଏଥିରେ ଆହତ ହୋଇଥିବା ଜଣେ ଜବାନଙ୍କୁ ରାୟପୁର ନାରାୟଣ ହସ୍ପିଟାଲରେ ଭର୍ତି କରାଯାଇଛି ।

ପୁଲିସ୍ ସୁତ୍ରରୁ ପ୍ରକାଶ ଯେ ସିଆରପିଏଫ୍ର ୨୧୧ ବାଟାଲିଆନ୍ର ଜବାନମାନେ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଜାମ୍ମୁ ଯାଉଥିଲେ । ଜିନିସପତ୍ର ରଖିବାସମୟରେ ଏହା ଫାଟିଥିଲା । ହାବିଲଦାର ବିକାଶ ଚୌହାନଙ୍କର ଅଧିକ କ୍ଷତିପାଇଁ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତି କରାଯାଇଛି । ଜବାନ ମାନଙ୍କ ଚିକିତ୍ସା ଏବେ ଚାଲୁରହିଅଛି । ସମସ୍ତଙ୍କର ସ୍ୱାସ୍ଥ୍ୟ ଭଲ ଅଛି । ଆହତ ହୋଇଥିବା ଜବାନ ମାନେ ହେଲେ ବିକାଶ ଲଖ୍ମଣ, ରମେଶ ଲାଲ୍, ରବିନ୍ଦ୍ର କର, ଶୁଶିଲ, ଦିନେଶ କୁମାର ପେକରା ।

ଏହି ଘଟଣାରେ ଋାୟପୁର ଏସ୍ପି କହିଛନ୍ତି ଯେ ଆଜି ଭୋର ୬ଟା ସମୟରେ ଝାରସୁଗୁଡାରୁ ଜାମ୍ମୁ ତଓି ଯାଉଥିବା ସିଆରପିଏଫ୍ର ସ୍ୱତନ୍ତ୍ର ଟ୍ରେନ୍ ୨ ନଂ ପ୍ଲାଟଫର୍ମ ରେ ଛିଡା ହୋଇଥିଲା । ଏହିଥିରେ ୩ କଂପାନିର ଶିଫ୍ଟ୍ିଂ କରାଯାଉଥିଲା । ଜିନିଷ ଭର୍ତି ହେଉଥିବା ସମୟରେ ଟ୍ରେନ୍ର ୯ ନଂ ବଗି ଗେଟ୍ରେ ଏକ ବାକ୍ସ ହାତରୁ ଖସି ପଡିବାରୁ ଏହା ବ୍ଲାଷ୍ଟ ହୋଇଥିଲା । ଯେଉଁଥିରେ ୪ ଜବାନ ଆହତ ହୋଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର /


 rajesh pande