କଟକରେ ଭସାଣସଂନ୍ଧ୍ୟା ୬ଟା ସୁଦ୍ଧା ସମସ୍ତ ମେଢ଼ ବିସର୍ଜ୍ଜନ କରାଗଲା
କଟକ, ୧୬ ଅକ୍ଟୋବର (ହି.ସ.)- କଟକରେ ଭସାଣ ନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗତକାଲ
କଟକରେ ଭସାଣସଂନ୍ଧ୍ୟା ୬ଟା ସୁଦ୍ଧା ସମସ୍ତ ମେଢ଼ ବିସର୍ଜ୍ଜନ କରାଗଲା


କଟକ, ୧୬ ଅକ୍ଟୋବର (ହି.ସ.)- କଟକରେ ଭସାଣ ନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗତକାଲି ରାତି ୧୨ ଟା ଠାରୁ କଟକରେ ଭସାଣ ଆରମ୍ଭ ହୋଇଛି । ଆଜି ଦିନ ୧୨ଟା ସୁଦ୍ଧା ୫୮ଟି ମେଢ଼ ବିସର୍ଜନ କରାଯାଇଥିବା ବେଳେ ପରେ ପରେ ପର୍ଯ୍ୟାୟ କ୍ରମେ ସଂନ୍ଧ୍ୟା ୬ଟା ସୁଦ୍ଧା ଅନ୍ୟ ମେଢ଼ ଗୁଡିକ ବିସର୍ଜ୍ଜନ କରାଯାଇଛି । ପ୍ରଶାସନିକ ବ୍ୟବସ୍ଥା ପ୍ରକାରେ ୬ଟି ଅସ୍ଥାୟୀ ପୋଖରୀରେ ଏହି ମେଢ଼ ଗୁଡିକ ବିସର୍ଜ୍ଜନ କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ, କଟକ ସହରରେ ମୋଟ୍ ୧୫୭ଟି ପୂଜା କମିଟି ପକ୍ଷରୁ ମା ଦୂର୍ଗାଙ୍କ ସହିତ ହରପାର୍ବତୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରତ୍ୟେକ ‘ଏ’ କାଟାଗୋରୀର ପୂଜା ମଣ୍ଡପ ଗୁଡିକରେ ୪ ଜଣ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଥିବା ବେଳେ ‘ବି’ ଓ ‘ସି’ କାଟାଗୋରୀ ମଣ୍ଡପ ଗୁଡିକରେ ୨ ଜଣ ଲେଖାଏଁ ପୋଲିସ ଅଧିକାରୀ ମୁତୟନ ରହିଥିଲେ ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ


 rajesh pande