ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାକଡ କଡରୁ ଯୁବକ ଉଦ୍ଧାରହତ୍ୟା ଉଦ୍ୟମ ସନେ୍ଦହ
କନ୍ଧମାଳ,୧୬ ଅକ୍ଟୋବର(ହି.ସ.)- କନ୍ଧମାଳ ଜିଲ୍ଲା ଫୁଲବାଣୀ ଫିରିଙ୍ଗିଆ ମୁଖ୍ୟ ରାସ୍ତାର ସ୍ରାସାନାଣ୍ଡା ଟେଲାପାଲି ଗାଁ
ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାକଡ କଡରୁ ଯୁବକ ଉଦ୍ଧାରହତ୍ୟା ଉଦ୍ୟମ ସନେ୍ଦହ


କନ୍ଧମାଳ,୧୬ ଅକ୍ଟୋବର(ହି.ସ.)- କନ୍ଧମାଳ ଜିଲ୍ଲା ଫୁଲବାଣୀ ଫିରିଙ୍ଗିଆ ମୁଖ୍ୟ ରାସ୍ତାର ସ୍ରାସାନାଣ୍ଡା ଟେଲାପାଲି ଗାଁ ନିକଟ ରାସ୍ତା କଡରୁ ରକ୍ତ ଜୁଡୁବୁଡୁ ହୋଇ ଗୁରୁତର ଆହତ ହୋଇ ପଡିରହିଥିବା ଜଣେ ବ୍ୟକ୍ତଙ୍କୁ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରି ଚିକିତ୍ସା ପାଇଁ ଫିରିଙ୍ଗିଆ ମେଡିକାଲ ରେ ଭର୍ତି କରିଛନ୍ତି । ଅବସ୍ତା ଗୁରୁତର ହେବାରୁ ତାଙ୍କୁ ଫିରିଙ୍ଗିଆ ମେଡିକାଲରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ଗୁରୁତର ଆହତ ଯୁବକ ଜଣକ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା କଇଁଝର ପଂଚାୟତ ଖଣ୍ଡିକୁଟି ଗାଁ ର ପ୍ରମୋଦ କହଁର ବୋଲି ଜଣାପଡିଛି । ସୂଚନା ଅନୁସାରେ ପ୍ରମୋଦ ଗତ ୧୫ ତାରିଖ ଦଶହରା ପାଇଁ ନ୍ଖr ମାମୁ ଘର ଟେଲାପାଲିକୁ ବୁଲିବାକୁ ଆସିଥିଲେ । ହଠାତ୍ ସଂଧ୍ୟାସମୟରେ ସେ ନିଜ ମାମୁଙ୍କ ଘରୁ କୁଆଡେ ଚାଲିଯାଇଥିଲେ । ତାଙ୍କ ମାମୁଁଘର ଲେକେ ପ୍ରମୋଦ କୁ ବହୁ ଖେଜାଖୋଜି କଲାପରେ ମଧ୍ୟ ତାଙ୍କର କୈାଣସି ସଂନ୍ଧାନ ପାଇନଥିଲେ । ଶନିବାର ସକାଳୁ ପ୍ରମୋଦ କହଁର ଶ୍ରାସାନାଣ୍ଡା ଗାଁ ନିକଟ ମୁଖ୍ୟରାସ୍ତା ରେ ରକ୍ତଜୁଡୁବୁଡୁ ହୋଇ ଚେତାଶୂନ୍ୟ ଅବସ୍ତାରେ ପଡିଥିବା ଖବରପାଇ ଗ୍ରାମବାସୀ ଙ୍କ ସହାଯ୍ୟରେ ପ୍ରମୋଦ ଙ୍କ ମାମୁଘର ଲୋକେ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ । ତେବେ ଗୁରତର ଆହତ ହୋଇଥିବା ପ୍ରମୋଦ କହଁର ଙ୍କ ତଣ୍ଟିରେ ଗଭୀର ଆଘାତ ଲାଗିଥିବା ବେଳେ କେହି ତାଙ୍କ ତଣ୍ଟିକୁ କୈାଣଷି ଏକ ଧାରୁଆ ଅସ୍ତ୍ର ସହାଯ୍ୟରେ କାଟି ଦେଇଥିବା ଡାକ୍ତର କହିଛନ୍ତି । ଅନ୍ୟପଟେ ପୋଲିସ ଏକ ମାମାଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ କିଏ ଓ କାହିଁକି ପ୍ରମୋଦଙ୍କ ତଣ୍ଟିକୁ କାଟି ରାସ୍ତାକଡରେ ଫିଙ୍ଗିଦେଇ ଚାଲିଯାଇଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର /ପ୍ରଶାନ୍ତ


 rajesh pande