ପାମ୍ପର ଗୁଳିକାଣ୍ଡରେ ଦୁଇ ଆତଙ୍କୀ ସହିତ ଟାପ୍ କମାଣ୍ଡର ଉମର ମୁସ୍ତାକ୍ ମୃତ୍ୟ
ପୁଲଓାମା ୧୬ ( ହି.ସ. )- ଜାମ୍ମୁକାସ୍ମିର ପୁଲଓାମା ଜିଲ୍ଲା ପାମ୍ପର ଅଂଚଳର ଟ୍ରଗବଲରେ ଶନିବାର ସକାଳୁ ଆରମ୍ଭ ହୋଇଥି
ପାମ୍ପର ଗୁଳିକାଣ୍ଡରେ ଦୁଇ ଆତଙ୍କୀ ସହିତ ଟାପ୍ କମାଣ୍ଡର ଉମର ମୁସ୍ତାକ୍ ମୃତ୍ୟ


ପୁଲଓାମା ୧୬ ( ହି.ସ. )- ଜାମ୍ମୁକାସ୍ମିର ପୁଲଓାମା ଜିଲ୍ଲା ପାମ୍ପର ଅଂଚଳର ଟ୍ରଗବଲରେ ଶନିବାର ସକାଳୁ ଆରମ୍ଭ ହୋଇଥିବା ଗୁଳିକାଣ୍ଡର ଦ୍ୱିପହର ପରେ ଲସ୍କର ଏ ତେୟବା ର ଟାପ୍ କମାଣ୍ଡର ଉମର ମୁସ୍ତାକ୍ ସହିତ ୨ ଆତଙ୍କୀଙ୍କର ମୃତ୍ୟ ହେବାସହିତ ଗୁଳିବିନିମୟ ଶେଷ ହୋଇଛି ।

କାଶ୍ମୀର ରେଂଜର ପୁଲିସ୍ ମହାନିରିକ୍ଷକ ବିଜୟ କୁମାର କହିଛନ୍ତି ଯେ ଉମର ମୁସ୍ତାକ୍ କାଶ୍ମୀର ଘାଟିରେ ସକ୍ରିୟ ୧୦ ଆତଙ୍କୀ ମଧ୍ୟରୁ ଜଣେ । ପୁଲିସ୍ ତାଙ୍କୁ ବହୁତ ଦିନ ଆଗରୁ ଖୋଜୁଥିଲା । ମୁସ୍ତାକକୁ ନି÷ପାତ କରିବା ସୁରକ୍ଷାକର୍ମୀଙ୍କ ପାଇଁ ବହୁତ ବଡ ଚ୍ୟାଲେଂଚ ଥିଲା । ଉମର ମୁସ୍ତାକ୍ହିଁ ସିଆରପିଏଫ ଜବାନ ମାନଙ୍କ ସହକର୍ମୀ ମହମ୍ମଦ ୟୁସୁଫ୍ ଓ ସୁସେଲ୍ ଅହମ୍ମଦ ୨ଜଣଙ୍କୁ ଶ୍ରୀନଗରରେ ମାରିଥିଲା । ତେଣୁ ସେମାନେ ଯେତେବେଳେ ହାମଲା କରିଥିଲେ ସେହି ସମୟରେ ସେ ଚା ପିଉଥିଲା । ଏହାଛଡା ମୁସ୍ତାକ ବହୁ ଆତଙ୍କୀ ସଂଗଠନରେ ସାମିଲ ଥିଲା । ମରିଥିବା ଆତଙ୍କୀର ସବ ସହିତ ଅସ୍ତ୍ର ଶସ୍ତ୍ରକୁ ମଧ୍ୟ ଜବାନ ମାନେ ଜବତ କରିଛନ୍ତି ।ହିନ୍ଦୁସ୍ଥାନ ସମାଚାର /


 rajesh pande