ପାରାଦ୍ୱୀପ ର ଯୁବ ବ୍ୟବସାୟୀ ନିଖୋଜ ।ପାରାଦ୍ୱୀପ ର ଯୁବ ବ୍ୟବସାୟୀ ନିଖୋଜ ।
ପାରାଦ୍ୱୀପ ,୧୬ ଅକ୍ଟୋବର(ହି .ସ )--- ପାରାଦ୍ୱୀପ ର ଯୁବବ୍ୟବସାୟୀ ଗତ ଦୁଇ ଦିନ ଧରି ନିଖୋଜ ଅଛନ୍ତି ।ପୁଅ ର ହଠାତ ଅ
ପାରାଦ୍ୱୀପ ର ଯୁବ ବ୍ୟବସାୟୀ ନିଖୋଜ ।ପାରାଦ୍ୱୀପ ର ଯୁବ ବ୍ୟବସାୟୀ ନିଖୋଜ ।


ପାରାଦ୍ୱୀପ ,୧୬ ଅକ୍ଟୋବର(ହି .ସ )--- ପାରାଦ୍ୱୀପ ର ଯୁବବ୍ୟବସାୟୀ ଗତ ଦୁଇ ଦିନ ଧରି ନିଖୋଜ ଅଛନ୍ତି ।ପୁଅ ର ହଠାତ ଅନ୍ତର୍ଦ୍ଧାନ ନେଇ ବାପା ଙ୍କର ଥାନା ରେ ଏତଲା ।ଆଜି ଅସମର୍ଥୀତ ସୂତ୍ରରୁ ପ୍ରକାଶ ପାଇଛି ଯେ ବ୍ୟବସାୟୀ ଲିଟୁ କବାଡ଼ିଆ ଆନ୍ଧ୍ର ପ୍ରଦେଶ ର ଗୁଣ୍ଡୁର ରେ ଠାବ ।

ଘଟଣା ରୁ ପ୍ରକାଶ ଯେ ପାରାଦ୍ୱୀପ ର ପ୍ରସିଦ୍ଧ ଯୁବ ବ୍ୟବସାୟୀ ବିଶ୍ୱରଂଜନ ରାଉତରାୟ ଓରଫ ଲିଟୁ କବାଡ଼ିଆ ବୟସ ପ୍ରାୟ ୪୭ ପାରାଦ୍ୱୀପ ଲକ ଥାନା ଅନ୍ତର୍ଗତ ଦୋଛକି ନିବାସୀ ।ସେ ଦୀର୍ଘ ଦିନ ଧରି ପାରାଦ୍ୱୀପ ରେ ଅଂଶୀଦାର ମାଲିକାନା ରେ କବାଡ଼ିଆ ବ୍ୟବସାୟ କରିଆସୁଥିଲେ । ସେ ପାରାଦ୍ୱୀପ ର ଜଣେ ପ୍ରତିଷ୍ଠିତ କବାଡ଼ିଆ ବ୍ୟବସାୟୀ ଭାବେ ପରିଚିତ ।

ଗତ ଦୁଇ ଦିନ ତଳେ ସକାଳ ସମୟରେ ନିଜ କାର ମୋବାଇଲ ଫୋନ ନନେଇ କେଉଁ ଆଡେ ଘରୁ ଅନ୍ତରଧାନ ହୋଇଯିବା କାରଣରୁ ତାଙ୍କ ବାପା ବରପ୍ରସାଦ ରାଉତରାୟ ଗତକାଲି ନିକଟସ୍ଥ ପାରାଦ୍ୱୀପ ଲକ ଥାନାରେ ପୁଅ ଲିଟୁ ବା ବିଶ୍ୱରଂଜନ ରାଉତରାୟ ଙ୍କ ନାମରେ ଲିଖିତ ଏତଲା ଦେଇଥିବା ସୁଚନା ମିଳିଛି ।ଏନେଇ ଥାନା ଅଧିକାରୀ ଏହାକୁ ଗୁରୁତର ଭାବେ ଗ୍ରହଣ କରି ବିଭିନ୍ନ ସ୍ଥାନରେ ତଦନ୍ତ ଆରମ୍ଭ କରିଥିଲେ ।କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଖବର ନମିଳିଥିବା ଜଣା ପଡିଥିଲା ବେଳେ ଆଜି ବିଳମ୍ବିତ ସନ୍ଧ୍ୟାରେ ପୋଲିସ ନିକଟରେ କୌଣସି ସୂତ୍ରରୁ ଖବର ମିଳିଛି ଯେ ଲିଟୁ ଆନ୍ଧ୍ର ପ୍ରଦେଶ ର ଗୁଣ୍ଡୁର ରେ ମିଳିଛି ବୋଲି ,ଏନେଇ ପୋଲିସ କୌଣସି ସୂଚନା ଦେଇନଥିଲେ ମଧ୍ୟ ପୋଲିସ ଏକ ସ୍ବତନ୍ତ୍ର ଟିମ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାତ୍ରା ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ସୁଧିର /


 rajesh pande