ଜିନ୍ସ ପିନ୍ଧାଳି ଙ୍କୁ ଜଗା ଦୁଆର ମନା
ଜିନ୍ସ ପିନ୍ଧାଳି ଙ୍କୁ ଜଗା ଦୁଆର ମନା ପୁରୀ,16ଅକ୍ଟୋବର (ହି. ସ.)-ଶ୍ରୀମନ୍ଦିର ରେ ଶ୍ରୀଜୀଉ ଦର୍ଶନ କରିବା ପାଇଁ ଆଗାମ
ଜିନ୍ସ ପିନ୍ଧାଳି ଙ୍କୁ ଜଗା ଦୁଆର ମନା


ଜିନ୍ସ ପିନ୍ଧାଳି ଙ୍କୁ ଜଗା ଦୁଆର ମନା

ପୁରୀ,16ଅକ୍ଟୋବର (ହି. ସ.)-ଶ୍ରୀମନ୍ଦିର ରେ ଶ୍ରୀଜୀଉ ଦର୍ଶନ କରିବା ପାଇଁ ଆଗାମୀ ଦିନରେ ଡ୍ରେସ କୋଡ଼ ଲାଗୁ ହେବ l ପ୍ରଥମ ପ୍ରଯ୍ୟାୟ ରେ ପାଳିଆ ସେବକ ଓ ଶ୍ରୀମନ୍ଦିର ପୋଲିସ ଧାର୍ମିକ ପରମ୍ପରା ର ପୋଷାକ ପରିଧାନ କରି ଗର୍ଭ ଗୃହ କୁ ଯାଇପାରିବେ l ଭାରତ ର କେତେକ ଧାର୍ମିକ ପୀଠ ରେ ଡ୍ରେସ କୋଡ ଲାଗୁହୋଇଛି l ଏ ସମ୍ପର୍କ ରେ ଶ୍ରୀମନ୍ଦିର ପରିଚାଳନା ବୈଠକ ରେ ନିଷ୍ପତ୍ତି ହୋଇଛି l ବିଦେଶୀ ପରମ୍ପରା ର ଡ୍ରେସ ପିନ୍ଧି ଆଉ ଜଗା ଦର୍ଶନ କରିପାରିବେନି l ବିଶେଷ କରି ଧାର୍ମିକ ପରମ୍ପରା ରକ୍ଷା କରିବା ପାଇଁ ଏହି ବ୍ୟବସ୍ଥା ଗ୍ରହଣଯୋଗ୍ୟ ବୋଲି ଆଲୋଚନା ହେଉଛି l ହିନ୍ଦୁସ୍ଥାନ ସମାଚାର /ବିଜୟ


 rajesh pande