୪ କୋଚ୍ ଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର, 1 ଡିସେମ୍ବର (ହି.ସ.) - ଅପାରଗତା ଓ କର୍ତବ୍ୟରେ ଅବହେଳା ପାଇଁ ୪ ଖେଳ ପ୍ରଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସ
୪ କୋଚ୍ ଙ୍କୁ ବାଧ୍ୟତାମୂଳକ ଅବସର


ଭୁବନେଶ୍ୱର, 1 ଡିସେମ୍ବର (ହି.ସ.) - ଅପାରଗତା ଓ କର୍ତବ୍ୟରେ ଅବହେଳା ପାଇଁ ୪ ଖେଳ ପ୍ରଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । କ୍ରୀଡ଼ା କ୍ଷେତ୍ରରେ ଶୃଙ୍ଖଳା ପାଇଁ ଏହି ୪ଜଣ କୋଚ୍ କୌଣସି ଆଖି ଦୃଶିଆ ପଦର୍ଶନ କରିନଥିବା ନେଇ ସମୀକ୍ଷା ବୈଠକରେ ନିଷ୍ପତି ହୋଇଛି । ଏହି ୪ଜଣ ହେଲେ ଭଲି ବଲ୍ କୋଚ୍ ପ୍ରଭାକର ତ୍ରୀପାଠୀ, ବକ୍ସିଙ୍ଗ କୋଚ ଶଙ୍କର ପ୍ରସାଦ ଅଧିକାରୀ, ହ୍ୟାଣ୍ଡ ବଲ୍ କୋଚ୍ ମନୋଜ ପ୍ରସାଦ ଦାସ ଓ ଭଲି ବଲ କୋଚ୍ ଜ୍ଞାନେନ୍ଦ୍ର ପ୍ରସାଦ ବଢ଼େଇ ।

ସୂଚନା ଯୋଗ୍ୟ ଯେ, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଦକ୍ଷତା ଆକଳନ ନେଇ ଏକ ଅନୁଧ୍ୟାନ କମିଟି ଗଠନ ହୋଇଥିଲା । ଏହି କମିଟି ରିପୋର୍ଟ କ୍ରମେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ଯେଉଁଥିରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ କର୍ମଚାରୀଙ୍କ କାର୍ଯ୍ୟ ପରାଦର୍ଶିତା ନେଇ ଆକଳନ କରାଯିବ ବୋଲି ଉଲ୍ଲେଖ ଥିଲା । ପ୍ରଭାକର ଗଜପତି ଗଜପତି ଜିଲ୍ଲାରେ କାର୍ଯ୍ୟରତ ଥିବା ବେଳେ ଶଙ୍କର ଅଧିକାରୀ ଦେଉଗଡ଼ ଜିଲ୍ଲାର କାର୍ଯ୍ୟରତ ଥିଲେ । ମନୋଜ ଦାସ ଭଦ୍ରକର କାର୍ଯ୍ୟରତ ଥିଲେ ଏବଂ ଜନାର୍ଦ୍ଦନ ବଢ଼େଇ ରାଜ୍ୟ ସରକାରଙ୍କ କ୍ରୀଡା ବିଭଗରେ କାର୍ଯ୍ୟରତ ଥିଲେ ।

ହିନ୍ଦୁସ୍ଥାନ ସମାଚାର /


 rajesh pande