୨୫ରୁ ପୁଣି ବଢିବ ବର୍ଷା
ଭୁୁବନେଶ୍ୱର, 22 ସେପ୍ଟେମ୍ବର (ହି.ସ.) – ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା
୨୫ରୁ ପୁଣି ବଢିବ ବର୍ଷା


ଭୁୁବନେଶ୍ୱର, 22 ସେପ୍ଟେମ୍ବର (ହି.ସ.) – ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେବେ ୨୫ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ ୨୪ ଘଂଟା ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଆଦି ରହିଛି । ଉକ୍ତ ଜିଲ୍ଲାଗୁଡ଼ିକୁ ଆଂଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅପରପକ୍ଷରେ ସେପ୍ଟେମ୍ବର ୨୨ରୁ ୨୩ ତାରିଖ ମଧ୍ୟରେ ଉତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି ।

ତେବେ ସେପ୍ଟେମ୍ବର୨୩ରୁ ୨୫ ତାରିଖରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏହାପରେ ସେପ୍ଟେମ୍ବର ୨୫ରୁ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ୨୭ ତାରିଖ ପର୍ଯ୍ୟନ୍ତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଓ କାଳବୈଶାଖୀ ସମ୍ଭାବନା ରହିଛି ।

ହିନ୍ଦୁସ୍ଥାନ ସମାଚାର /


 rajesh pande