୧୮ ବର୍ଷରୁ କମ୍ ବାଳିକା ରଗ୍ବୀ ଦଳକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.) - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭାରତୀୟ ୧୮ ବର୍ଷରୁ କମ୍ ବାଳିକା ର
୧୮ ବର୍ଷରୁ କମ୍ ବାଳିକା ରଗ୍ବୀ ଦଳକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.) - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭାରତୀୟ ୧୮ ବର୍ଷରୁ କମ୍ ବାଳିକା ରଗ୍ବୀ ଦଳର ସଦସ୍ୟମାନଙ୍କ ସହ ବାର୍ତାଳାପ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି । ଉଜବେକିସ୍ଥାନର ତାସ୍କେଂଟଠାରେ ଆୟୋଜିତ ୧୮ ବର୍ଷରୁ କମ୍ ଏସୀୟ ବାଳିକା ରଗବୀ ଚମ୍ପିଅନ୍ସିପ୍ ୨୦୨୧ରେ ରୌପ୍ୟ ପଦକ ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଦଳକୁ ସେମାନଙ୍କର ସଫଳତା ପାଇଁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଚମତ୍କାର କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି ଏବଂ ଅଳ୍ପକେ ସ୍ୱର୍ଣ୍ଣ ପଦକରୁ ବଂଚିତ ହୋଇଛନ୍ତି । ରାଜ୍ୟ ଏହି ସଫଳତା ପାଇଁ ଗୌରବାନ୍ୱିତ ଏବଂ ଖେଳାଳୀମାନେ ସେମାନଙ୍କର ଧୈର୍ଯ୍ୟ, ଗତି, କୌଶଳ ଏବଂ ଦୃଢ଼ସଂକଳ୍ପ ପ୍ରଦର୍ଶନ କରିଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି । ଦଳ ଆଗାମୀ ବର୍ଷମାନଙ୍କ ନିମନ୍ତେ ଏକ ନୂତନ ଯାତ୍ରା ଆରମ୍ଭ କରିବ ଏବଂ ଇତିହାସ ରଚନା କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ୱାସ ଜ୍ଞାପନ କରିଛନ୍ତି ।

ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ କେନ୍ଦ୍ରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ଭାବେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ, କ୍ରୀଡ଼ା ସଚିବ ଭିନୀଲ କ୍ରିଷ୍ଣା, ଭାରତୀୟ ରଗ୍ବି ଫୁଟ୍ବଲ୍ ୟୁନିଅନ୍ ସଭାପତି ବିକ୍ରମ ଆହୁଜା, ରଗ୍ବିି ଇଣ୍ଡିଆ ବୋର୍ଡ ସଦସ୍ୟ ତଥା ଅଭିନେତା, ନିର୍ଦେଶକ ରାହୁଲ ବୋଷ ଏବଂ ଓଡ଼ିଶା ରଗ୍ବି ଫୁଟ୍ବଲ୍ ସଂଘ ସଭାପତି ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର /


 rajesh pande