ବିଜେପି ମହିଳା ମୋର୍ଚ୍ଚାର ଦୁଇଦିନିଆ ଜାତୀୟ କାର୍ଯ୍ୟ କମିଟିର ଶୁଭାରମ୍ଭ
ଡେରାଡୁନ, ୨୬ ସେପ୍ଟେମ୍ବର (ହି.ସ.) - ରବିବାର ଦିନ ରାଜଧାନୀ ଡେରାଡୁନରେ ବିଜେପି ମହିଳା ମୋର୍ଚ୍ଚାର ଦୁଇ ଦିନିଆ ଜାତୀୟ
ବିଜେପି ମହିଳା ମୋର୍ଚ୍ଚାର ଦୁଇଦିନିଆ ଜାତୀୟ କାର୍ଯ୍ୟ କମିଟିର ଶୁଭାରମ୍ଭ


ଡେରାଡୁନ, ୨୬ ସେପ୍ଟେମ୍ବର (ହି.ସ.) - ରବିବାର ଦିନ ରାଜଧାନୀ ଡେରାଡୁନରେ ବିଜେପି ମହିଳା ମୋର୍ଚ୍ଚାର ଦୁଇ ଦିନିଆ ଜାତୀୟ କାର୍ଯ୍ୟ କମିଟି ଉଦ୍ଘାଟନ କରାଯାଇଛି । ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଉପସ୍ଥିତ ଥିଲେ ।

ରବିବାର ଦିନ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ମହିଳା ମୋର୍ଚ୍ଚା ଦାୟିତ୍ୱରେ ଥିବା ଦୁଶ୍ୟନ୍ତ କୁମାର ଗୌତମ ଏବଂ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ବାନତି ଶ୍ରୀନିବାସନ, କ୍ୟାବିନେଟ ମନ୍ତ୍ରୀ ରେଖା ଆର୍ଯ୍ୟା ଏବଂ ଜାତୀୟ କାର୍ଯ୍ୟାଳୟର ଅଧିକାରୀମାନେ ମିଳିତ ଭାବେ ସହରର ଏକ ହୋଟେଲରେ ଦୀପ ଜାଳିଥିଲେ ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ୍ ଶୁଣାଣୀ ହୋଇଥିଲେ । ମନ କି ବାତ କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଉତରପ୍ରଦେଶ ଦାୟିତ୍ୱରେ ଥବବା ଦୁଶ୍ୟନ୍ତ କୁମାର ଗୌତମ, ଜାତୀୟ ମହିଳା ମୋର୍ଚ୍ଚାର ସଭାପତି ବାନତୀ ଶ୍ରୀନିବାସନ, ଜାତୀୟ ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦକ ଇନ୍ଦୁବାଲା ଗୌସ୍ୱାମୀ, ଦୀପ୍ତି ରାୱତ, ସୁଖବୀର ସିଂ କୌର ଏବଂ ସମସ୍ତ ଜାତୀୟ ଅଧିକାରୀ ଉପସ୍ଥିତ ଥିଲେ ।

ବୈଠକ ଆରମ୍ଭ ପୂର୍ବରୁ ବିଜେପିର ଜାତୀୟ ସଂଗଠନର ସାଧାରଣ ସମ୍ପାଦକ ବି.ଏଲ ସନ୍ତୋଷ ମହିଳା ମୋର୍ଚ୍ଚାର ପଦାଧିକାରୀ ମାନଙ୍କ ସହିତ ଏକ ବୈଠକ କରିଥିଲେ । ଏହା ପରେ ଜାତୀୟ ସାଧାରଣ ସମ୍ପାଦକ ତେହେରୀକୁ ଯାଇ ବିଜେପିର ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ।

ଏହି ଅବସରରେ ରାଜ୍ୟସଭା ସଦସ୍ୟ ନରେଶ ବଂଶଲ, ମେୟର ସୁନୀଲ ଉନିୟାଲ ଗାମା, ବିଜେପି ସାଧାରଣ ସମ୍ପାଦକ ସୁରେଶ ଭଟ୍ଟ, ବିଧାୟକ ହରବନ କପୁର, ବିନୋଦ ଚାମୋଲି, ଖଜାନ ଦାସ, ମହିଳା ମୋର୍ଚ୍ଚାର ରାଜ୍ୟ ସଭାପତି ରିତୁ ଖଣ୍ଡୁରିଙ୍କ ଦଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର/ଭାନୁ


 rajesh pande