ଦୁର୍ନୀତି ବିରୋଧରେ ଅଣ୍ଟା ଭିଡ଼ିଲେ ବାଥୁଡ଼ି ସମ୍ପ୍ରଦାୟ
ଘସିପୁରା, ୨୬ ସେପ୍ଟେମ୍ବର (ହି.ସ.)- ଦୁର୍ନୀତି ବିରୋଧରେ ବାଥୁଡ଼ି ସମ୍ପ୍ରଦାୟ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି ।
ଦୁର୍ନୀତି ବିରୋଧରେ ଅଣ୍ଟା ଭିଡ଼ିଲେ ବାଥୁଡ଼ି ସମ୍ପ୍ରଦାୟ


ଘସିପୁରା, ୨୬ ସେପ୍ଟେମ୍ବର (ହି.ସ.)- ଦୁର୍ନୀତି ବିରୋଧରେ ବାଥୁଡ଼ି ସମ୍ପ୍ରଦାୟ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି । ଏ ନେଇ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ଗୋହିରା ପଞ୍ଚାୟତର ମହିସାବାହାଳି ଠାରେ ବାଥୁଡି ସମ୍ପ୍ରଦାୟର ଏକ ସଭା ଅନୁଷ୍ଠିତ ହେଇଯାଇଛି । ଗୋହିରା ଗ୍ରାମର ଟୁନା ନାଇକଙ୍କ ସଭାପତ୍ବରେ ଆୟୋଜିତ ଏହି ସଭାରେ ବିଜୁ ନାଇକ, ରବି ନାଇକ, ରମେଶ ଚନ୍ଦ୍ର ନାୟକ, ସୁବାସ ନାଇକ, ବିଦ୍ୟା ନାଇକ, ବାବୁ ନାଇକ, ଦୁର୍ଗା ନାଇକ, ବିଶ୍ଵନାଥ ନାୟକ, ରାମ ନାଇକ, ଅଭି ନାଇକ, ଜବରା ନାଇକ, ପଦୀ ନାଇକ, ପ୍ରଫୁଲ୍ଲ ନାଇକ ପ୍ରମୁଖ ଉପସ୍ଥିତ ରହି ପଂଚାୟତରେ ହେଉଥିବା ଦୁର୍ନୀତିକୁ ବିରୋଧରେ କରିବା ପାଇଁ ନିଷ୍ପତି ନେଇ ଥିବା ଜଣାପଡ଼ିଛି ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ


 rajesh pande